ETV Bharat / bharat

ଜୁଲାଇ 15 ରେ ବାହାରିବ ସିବିଏସଇ ଓ ଆଇସିଏସଇ ରେଜଲ୍ଟ

ସିବିଏସଇ ଓ ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ବାତିଲ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବାକୁ ସିବିଏସଇକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ଜୁଲାଇ 15ରେ ବାହାରିବ ରେଜଲ୍ଟ ।

author img

By

Published : Jun 26, 2020, 12:47 PM IST

Updated : Jun 26, 2020, 1:45 PM IST

ସିବିଏସ ପରୀକ୍ଷା ବାତିଲ ଉପରେ ବିଜ୍ଞପ୍ତି ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ବାତିଲ ସମ୍ପର୍କରେ ସୁପ୍ରିମକୋର୍ଟ ସିବିଏସଇକୁ ଅନୁମତି ଦେଇଛନ୍ତି । ଏନେଇ ଏକ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଏସଇ ବୋର୍ଡ ପରୀକ୍ଷା ଚଳିତ ବର୍ଷ ଜୁଲାଇରେ ହେବାର ଥିଲା । ଜୁଲାଇ 15 ରେ ସିବିଏସଇ ଓ ଆଇସିଏସଇ ରେଜଲ୍ଟ 2020 ବାହାରିବ । ମହାମାରୀ କୋଭିଡ ପାଇଁ ପରୀକ୍ଷାକୁ ବାତିଲ କରାଯାଇଛି ।

ଏକ ବିକଳ୍ପ ମୂଲ୍ୟାଙ୍କନ ଯୋଜନା ଉପରେ ଫଳାଫଳ ବର୍ତ୍ତମାନ ଘୋଷଣା କରାଯିବ। ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କର ମାର୍କ ବଢାଇବା ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା ଦେଇପାରିବେ । ଯେଉଁମାନେ ଏହି ପରୀକ୍ଷା ଦେବେ ସେମାନଙ୍କ ମାର୍କ ବ୍ୟବହାର କରାଯିବ । ଏହା ତାଙ୍କର ଫାଇନାଲ ରେଜଲ୍ଟ ରହିବ ବୋଲି ସରକାରୀ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସନ୍ୟାମ ଭରଦ୍ୱାଜ ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷାରେ ଉନ୍ନତି ପାଇଁ ସୁଯୋଗ ପାଇବେ ନାହିଁ। ବୋର୍ଡ ଦ୍ବାରା ଘୋଷିତ ହୋଇଥିବା ଫଳାଫଳକୁ ଚୂଡାନ୍ତ ଭାବେ ଗ୍ରହଣ କରାଯିବ’।

ବାତିଲ ହୋଇଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମାର୍କ ଦେବାକୁ ସୁପ୍ରିମକୋର୍ଟ ଏହାର ମୂଲ୍ୟାଙ୍କନ ଯୋଜନା ସହିତ ଆଗକୁ ଯିବାକୁ ବଢିବାକୁ ଅନୁମତି ଦେଇଛନ୍ତି। ସିବିଏସଇ ମୂଲ୍ୟାଙ୍କନ ନୀତି ଅନୁଯାୟୀ, ବୋର୍ଡ ପରୀକ୍ଷାର ଶେଷ ତିନୋଟି କାଗଜରେ ଛାତ୍ରଛାତ୍ରୀମାନେ ହାସଲ କରିଥିବା ମାର୍କ ଅନୁଯାୟୀ ମୂଲ୍ୟାଙ୍କନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 26, 2020, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.