ETV Bharat / bharat

ବିଲକିଶ ବାନୋ ମାମଲା: 50 ଲକ୍ଷ କ୍ଷତିପୂରଣ ଦେବାକୁ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - SC

୨୦୦୨ ଗୁଜୁରାଟ ଦଙ୍ଗା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିଶ ବାନୋଙ୍କୁ  ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସରକାରୀ ଚାକିରୀ ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଫାଇଲ ଫଟୋ
author img

By

Published : Apr 23, 2019, 7:36 PM IST

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିଶ ବାନୋଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସରକାରୀ ଚାକିରୀ ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଗୁଜୁରାଟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବିଲକିଶ ବାନୋଙ୍କୁ ମଧ୍ୟ ବାସଗୃହ ଯୋଗାଇ ଦେବାକୁ ସର୍ବୋଚ୍ଚ କୋର୍ଟ ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି ।

  • 2002 Gujarat riots case: Supreme Court today directed the Gujarat government to pay a compensation of Rs 50 lakh to gangarape survivour Bilkis Bano. Supreme Court also directed the Gujarat Government to provide Bilkis Bano, a government job and accommodation as per rules. pic.twitter.com/dcTTKuj5fi

    — ANI (@ANI) April 23, 2019 " class="align-text-top noRightClick twitterSection" data=" ">

ସର୍ବଚ୍ଚ ନ୍ୟାୟାଳୟ ଗୁଜୁରାଟ ସରକାରଙ୍କୁ ଏଥିଲାଗି ଦୁଇ ସପ୍ତାହ ସମୟ ଦେଇଛନ୍ତି । ସେପଟେ କୋର୍ଟ ଏହି ନିଷ୍ପତ୍ତି ଶୁଣାଣି ବେଳେ ଏହା ମଧ୍ୟ କହିଛନ୍ତି ଯେ, ଗୁଜୁରାଟ ସରକାରଙ୍କୁ ଏହି ମାମଲାରେ କୌଣସି ଟିପ୍ପଣୀ ମଗାଯାଇନାହିଁ।

ତେବେ ଏହି ମାମଲାରେ ଆଇପିଏସ ଆରଏସ ଭଗୋରାଙ୍କ ପଦବୀର ଦୁଇଟି ପାହ୍ୟା ତଳକୁ ଖସାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଭଗୋରା ଆଗାମୀ 31 ମେ ରେ ଅବସର ଗ୍ରହଣ କରିବେ । ଶୁଣାଣି ବେଳେ ଗୁଜୁରାଟ ସରକାର ସୁପ୍ରିମକୋର୍ଟଙ୍କୁ ଏହା ମଧ୍ୟ କହିଥିଲେ ଯେ, ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପ୍ରକାଶ ଯେ, ଗୁଜୁରାଟ ସରକାରଙ୍କୁ ବିଲକିଶ ବାନୋ ମାମଲାରେ ଦୋଷୀ ପୋଲିସଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଗୁରୁରାଟ ହାଇକୋର୍ଟ। କିନ୍ତୁ ଗୁରୁରାଟ ସରକାର ବିଲକିସଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି କୋର୍ଟଙ୍କୁ କହିଥିଲେ । ଯାହାକୁ ସେ ସମୟରେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ ଗୁଜୁରାଟ ହାଇକୋର୍ଟ । ପରେ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ବିଲକିଶ ବାନୋଙ୍କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ତିନିଜଣିଆ ଖଣ୍ଡପୀଠ ଗଠନ କରି ଏହି ମାମଲାର ଶୁଣାଣି କରିଛନ୍ତି । ଏଥିପୂର୍ବରୁ ଗୁଜୁରାଟ ହାଇକୋର୍ଟ 2017 ମେ 4 ତାରିଖରେ 5 ଜଣ ପୋଲିସ ଅଧିକାରୀ ଏବଂ 2ଜଣ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ସୂଚନାଥାଉକି, 2002 ମସିହାରେ ଗୁଜୁରାଟରେ ଦଙ୍ଗା ହୋଇଥିଲା । ଏହି ଦଙ୍ଗାରେ 5 ମାସର ଗର୍ଭବତୀ ବିଲକିଶ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପରେ ବିଲିକିଶଙ୍କ ପରିବାର ଲୋକେ ଲୁଚି ପଳାଇଥିଲେ । 17 ବର୍ଷ ପର୍ଯ୍ୟନ୍ତ ବିଲକିଶ ଏହି ମାମଲାର ନ୍ୟାୟ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶେଷରେ ତାଙ୍କୁ ନ୍ୟାୟ ମିଳିଛି ।

Intro:Body:

gfdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.