ETV Bharat / bharat

ଭୋକିଲାଙ୍କ ପାଇଁ ଦେବଦୂତ ସାଜିଥାନ୍ତି ସରବଜିତ - ସରବଜିତ ସିଂ ବବି

ଦେଶରେ ଅନେକ ସ୍ଥାନରେ ଖାଦ୍ୟ ନଷ୍ଟ ହେବାର ଦେଖାଯାଇଥାଏ । ଆଉ ଅନେକ ଆହାର ନ ପାଇ ଭୋକବିକଳରେ ଛଟପଟ ହୋଇଥାନ୍ତି । ମାତ୍ର ଉତ୍ତରାଖଣ୍ଡର ସରବଜିତ ସିଂ ପ୍ରତିଦିନ ହଜାର ହଜାର ଭୋକିଲାଙ୍କୁ ଆହାର ଯୋଗାଇ ଦେଇଥାନ୍ତି । ଏହି କାର୍ଯ୍ୟ ସରବଜିତ ପାଖାପାଖି 5 ବର୍ଷ ହେବ କରିଆସୁଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 9, 2019, 4:44 PM IST

ସିମଲା: ଦିନକୁ ମୁଠାଏ ଭାତ ଆଉ ପଟେ ରୁଟି । ଏଭଳି ଏକ ଛୋଟ ବାର୍ତ୍ତାନେଇ ଗରିବୀ ହଟାଇବା ଓ ଭୋକକୁ ହରାଇବା ଲକ୍ଷ୍ୟ ନେଇ ସମାଜସେବା ଆରମ୍ଭ କରିଥିଲେ ସିମଲାର ସରବଜିତ । ଆଉ ଆଜି ଆରମ୍ଭ କରିଥିବା ଲଢେଇରେ ବିପୁଳ ବିଜୟ ହାସଲ କରିଛନ୍ତି ସେ। ନିଜର ସାମର୍ଥ୍ୟ ଅନୁଯାୟୀ ଭୋକିଲାଙ୍କୁ ଦୈନିକ ଖାଇବା ଯୋଗାଇ ଦେଉଛନ୍ତି ସରବଜିତ।

ସରବଜିତ ସିଂ ବାବି । ବିଶିଷ୍ଟ ସମାଜସେବୀ ଭାବେ ଏହି ନାଁଟି ହିମାଚଳ ପ୍ରଦେଶରେ ବେଶ ପରିଚିତ । ଏହି ରାଜ୍ୟରେ ଥିବା ଏକ ମାତ୍ର କର୍କଟ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ସରକାର ସିନା ମାଗଣାରେ ଚିକିତ୍ସା ଯୋଗାଇ ଦେଇଥାନ୍ତି, ମାତ୍ର ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଦେବଦୂତ ସାଜିଥାନ୍ତି ସରବଜିତ । ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଏଠାରେ ସକାଳ ଜଳଖିଆ 200 ଟଙ୍କା ପଡ଼ୁଥିବା ବେଳେ ମାଗଣାରେ ଏହାକୁ ଯୋଗାଇ ଦେବାକୁ ପ୍ରୟାସ କରନ୍ତି ସରବଜିତ ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଗରିବୀ ଓ ଭୋକ ଯୋଗାଇଛି ପ୍ରେରଣା
ଏହି କର୍କଟ ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ରୁଟି ଏବଂ ଚା' ଯୋଗାଇ ଦେବାକୁ ସରବଜିତ ଏକ ପ୍ରକାର ସ୍ଥିର କରିନେଇଥିଲେ। ମାତ୍ର ଏହାକୁ ସଫଳ ରୂପ ଦେବା ପାଇଁ ପ୍ରୟାସ ମଧ୍ୟ କରିଥିଲେ । ଅନେକ ବାଧାବିଘ୍ନର ସମ୍ମୁଖିନ ହୋଇଥିଲେ ସେ । ପରେ ନିଆରା ଉପାୟ ଆରମ୍ଭ କରିଥିଲେ । ଏହି ଗରିବ ଲୋକମାନଙ୍କୁ ଖାଇବା ଯୋଗାଇବା ପାଇଁ ସରବଜିତ ସ୍କୁଲ ପିଲାଙ୍କ ସହାୟତା ଲୋଡ଼ିଥିଲେ ।

ହିମାଚଳ ପ୍ରଦେଶର ଏକ ପ୍ରତିଷ୍ଠିତ ବେସରକାରୀ ସ୍କୁଲର ସକାଳୁଆ ଆସୁଥିବା ପିଲାଙ୍କୁ ନିଜ ଟିଫିନରେ ମାତ୍ର 2ପଟ ରୁଟି ଅଧିକ ଆଣିବାକୁ କହିଥିଲେ । ସ୍କୁଲ ପିଲା ମଧ୍ୟ ସରବଜିତଙ୍କ କଥାକୁ ରଖିଥିଲେ । ସ୍କୁଲ ପିଲା ନିଜ ଟିଫିନରେ ଅଧିକ 2 ପଟ ରୁଟି ଆଣି ସରବଜିତଙ୍କୁ ଦାନ ଦେଉଥିଲେ ।

ସରବଜିତଙ୍କ ଏହି ଉପାୟ ଖୁବ କମ ଦିନ ମଧ୍ୟରେ ସହରରେ ଥିବା ଅନ୍ୟ ସ୍କୁଲ ଗୁଡ଼ିକୁ ମଧ୍ୟ ବ୍ୟାପୀ ଯାଇଥିଲା । ଅନ୍ୟ ସ୍କୁଲର ପିଲା ମଧ୍ୟ ରୁଟି ଆଣି ସରବଜିତଙ୍କୁ ଦାନ ଦେଉଥିଲେ । ଏବେ ପାଖାପାଖି ସହରର 15 ହଜାରରୁ ଊର୍ଦ୍ଧ୍ବ ସ୍କୁଲ ପିଲା ସରବଜିତଙ୍କୁ ରୁଟି ଦାନ କରୁଛନ୍ତି। କେବଳ ସ୍କୁଲ ଛାତ୍ରଛାତ୍ରୀ ନୁହଁନ୍ତି ବରଂ କିଛି ବେସରକାରୀ ସଂସ୍ଥା ମଧ୍ୟ ଏହି ରୁଟି ଯୋଗାଇ ଦେଇ ଆସୁଥିବା ଜଣାପଡ଼ିଛି ।

ସରବଜିତ ଉକ୍ତ ରୁଟି ଗୁଡ଼ିକୁ ଗରମ ଓ ସତେଜ ରଖିବା ପାଇଁ ଆଧୁନିକ ଯନ୍ତ୍ରପାତି ମଧ୍ୟ କିଣିଛନ୍ତି । ଏବେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ରୁଟି ଯୋଗାଇ ଆସୁଛନ୍ତି । ଏହା ସହିତ ନିଜ ପ୍ରୟାସରେ ଭାତ, ଡ଼ାଲି, ତରକାରୀ ପ୍ରଭୂତି ଦେଉଥିବା ଜଣାପଡ଼ିଛି । ସରବଜିତ କେବଳ ଏହି କର୍କଟ ଚିକିତ୍ସା କେନ୍ଦ୍ରରେ ନୁହେଁ, ବରଂ କମଳା ନେହରୁ ମାତୃ ଓ ଶିଶୁ କଲ୍ୟାଣ ଡାକ୍ତରଖାନାରେ ମଧ୍ୟ ଏହି ସେବା ଯୋଗାଇ ଦେଇ ଆସୁଥିବା ଜଣାପଡ଼ିଛି ।

5 ବର୍ଷ ଧରି ଯୋଗାଉଛନ୍ତି ଏହି ସେବା
2014 ମସିହା ଅକ୍ଟୋବର ମାସରୁ ସରବଜିତ ତାଙ୍କର ଏହି ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି । ସରବଜିତ ଆରମ୍ଭରୁ ଚାହା, ବିସ୍କୁଟ ଓ ଖେଚୁଡ଼ି ପ୍ରଦାନ କରିଆସୁଥିଲେ । ଏହି କର୍କଟ ଚିକିତ୍ସାଳୟକୁ ଆସୁଥିବା ଅଧିକାଂଶ ରୋଗୀ ଗରିବ ପରିବାର । ସେମାନଙ୍କ ସମ୍ପର୍କୀୟ ପାଇଁ ଦୈନିକ 200 ଟଙ୍କା ଖର୍ଚ୍ଚ କରି ଖାଦ୍ୟ ଖାଇବା ଅସମ୍ଭବ ହୋଇ ପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ସେ ଏହି ଖାଦ୍ୟ ଯୋଗାଇବା କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।

ସେବାକାର୍ଯ୍ୟର ଲମ୍ବା ତାଲିକା
ସରବଜିତ ସିଂ ସେବା ଓ ଧର୍ମ କାର୍ଯ୍ୟର ତାଲିକା ବେଶ ଲମ୍ବା । ସରବଜିତଙ୍କ ସଂସ୍ଥା ରକ୍ତଦାନ, ଖାଦ୍ୟ ଯୋଗାଇବା ସହିତ ଡେଡବଡ଼ି ଭ୍ୟାନ ମଧ୍ୟ ଚଲାଇବା ଭଳି କାର୍ଯ୍ୟ କରିଆସୁଛି । ବର୍ଷରେ ପାଖାପାଖି 30 ଥର ରକ୍ତଦାନ ଶିବିର ଆୟୋଜିତ କରିଥାଏ ସରବଜିତଙ୍କ ଏହି ସଂସ୍ଥା । ଏହା ବ୍ୟତୀତ ଡାକ୍ତରଖାନାରେ ଯଦି କାହାର ମୃତ୍ୟୁ ହେଉଛି ଏବଂ ମୃତଦେହ ନେବାକୁ ଆର୍ଥିକ ସମ୍ବଳ ନାହିଁ, ତେବେ ସରବଜିତଙ୍କ ସଂସ୍ଥା ସେହି କାର୍ଯ୍ୟରେ ସହାୟତା କରିଥାଏ । ଏପରିକି ଖୋଦ ସରବଜିତ ନିଜେ ଗାଡ଼ି ଚଳାଇ ମୃତଦେହକୁ ଘରେ ପହଞ୍ଚାଇଥାନ୍ତି ।

ସରବଜିତଙ୍କ ସଂସ୍ଥା ସମାଜର ସବୁବର୍ଗର ଲୋକଙ୍କୁ ଏହି ସେବା ଯୋଗାଇ ଆସୁଛନ୍ତି । ତେବେ ସରବଜିତ ଗୁରୁ ସାହିବ ଗ୍ରନ୍ଥକୁ ଅଧିକ ବିଶ୍ବାସ କରିଥାନ୍ତି । ଆଉ ଉକ୍ତ ଗ୍ରନ୍ଥରେ ଉଲ୍ଲେଖ ଥିବା ପ୍ରତିଟି ମହତ୍‌ ବାଣୀକୁ ପୁରଣ କରିବାକୁ ପ୍ରୟାସ କରନ୍ତି ବୋଲି ସରବଜିତ କହିଛନ୍ତି।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.