ରାୟପୁର: ଦେଶ ଏବେ କୋରୋନା କବଜାରେ । ପ୍ରତିଦିନ ଶହ ଶହ ଲୋକ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ଆଉ ସେମାନଙ୍କ ପାଇଁ ଭଗବାନ ସାଜିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ । ନିଜ ଘର ପରିବାର ଭୁଲି ସେମାନେ ନିସ୍ବାର୍ଥପର ଭାବେ ସେବା କରିବାରେ ଲାଗିଛନ୍ତି । ଡାକ୍ତରମାନେ ମଧ୍ୟ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ଏହା ପରେ ମଧ୍ୟ କୋରୋନା ବିରୋଧରେ ଜାରି ରହିଛି ସେମାନଙ୍କର ଲେଢେଇ ।
ସେହିଭଳି ଜଣେ ଡାକ୍ତର ହେଉଛନ୍ତି ସନ୍ତୋଷୀ ମାଣିକପୁରୀ । ସେ ଛତିଶଗଡ କୋଣ୍ଡାଗାଓଁ ଜିଲ୍ଲାର କେରୱାହି ଗାଁର । ସେ ପ୍ରତ୍ୟେକ ଦିନ ମେଡାକାଲରେ ରୋଗୀ ସେବା କରୁଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ମାଣିକପୁରୀ ଏବେ 8 ମାସର ଗର୍ଭବତୀ ଅଟନ୍ତି । ସେ କୁହନ୍ତି, "ମୁଁ ମୋର କାମ କରି ଖୁସି ଅଟେ ଏବଂ ଏହି ପରି ସମୟରେ ମୁଁ ଦେଶର ସେବା କରିବାକୁ ଯାଉଛି"।
ମାଣିକପୁରୀ ଆହୁରୀ କହିଛନ୍ତି ଯେ, "ଏହା ସମ୍ମାନର ବିଷୟ ଯେ, ଆମେ ଲୋକମାନଙ୍କର ସେବା କରୁ । ମୁଁ ମୋର କାମ କରି ଖୁସି, ଏବଂ ଏହିପରି ଏକ ସମୟରେ ମୁଁ ଦେଶର ସେବା କରିବାକୁ ଯାଉଛି। ମୋର ପରିବାର ଏବଂ ସ୍ୱାମୀଙ୍କର ମୋ ସହ ସମ୍ପୂର୍ଣ୍ଣ ସମର୍ଥନ ଅଛି । ସେମାନେ ମୋ କାର୍ଯ୍ୟରେ ମୋତେ ଉତ୍ସାହିତ କରୁଛନ୍ତି" ।