ETV Bharat / bharat

ଆଫଗାନିସ୍ତାନ ଆଉ ପୂର୍ବପରି ନାହିଁ: ଏସ ଜୟଶଙ୍କର

author img

By

Published : Mar 2, 2020, 1:37 PM IST

ଆମେରିକା-ତାଲିବାନ ଶାନ୍ତି ଚୁକ୍ତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ମୁଁ ଲୋକଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ଆଫଗାନିସ୍ତାନ 2000-2001 ମସିହାରେ ଯେଭଳି ଥିଲା ଏବେ ଆଉ ସେପରି ରହିନାହିଁ । ବର୍ତ୍ତମାନ ଆଫଗାନିସ୍ତାନରେ ଅନେକ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

s-jaishankar
ଜୟଶଙ୍କର

ନୂଆଦିଲ୍ଲୀ: ଦୀର୍ଘ ସମୟର ଆଲୋଚନା ପରେ ଶନିବାର କତରର ରାଜଧାନୀ ଦୋହାରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷର ହୋଇଛି । ଇତି ମଧ୍ୟରେ ଚୁକ୍ତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି, ଏହି ଚୁକ୍ତି ହେବ ବୋଲି ଆମେ ସମସ୍ତେ ଜାଣିଥିଲୁ । ଆମେ ଯାହା ଭାବୁଥିଲୁ ତାହା ହିଁ ଘଟୁଛି । ହେଲେ ଏବେ ତାଲିବାନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବ କି ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ ଢାଞ୍ଚା ପ୍ରସ୍ତୁତ କରିବ ତାହା ଦେଖିବା ବାକି ରହିଲା ।

ସେ ଆହୁରି କହିଛନ୍ତି, ମୁଁ ଲୋକଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ଆଫଗାନିସ୍ତାନ 2000-2001 ମସିହାରେ ଯେଭଳି ଥିଲା ଏବେ ଆଉ ସେପରି ରହିନାହିଁ । ବର୍ତ୍ତମାନ ଆଫଗାନିସ୍ତାନରେ ଅନେକ ପରିବର୍ତ୍ତନ ଆସିଛି । ଆମେରିକା ଏବଂ ପାଶ୍ଚାତ୍ୟ ଦେଶକୁ ଆମର ବାର୍ତ୍ତା ରହିଛି ଯେ, ବିଶ୍ବ ସ୍ବାର୍ଥ ଦୃଷ୍ଟିରୁ ଗତ 18 ବର୍ଷ ମଧ୍ୟରେ ଏହା ଏକ ବହୁତ ବଡ ଉପଲବ୍ଧି ।

ସୂଚନାଯୋଗ୍ୟ ଯେ, ଶନିବାର ବହୁ ପ୍ରତିକ୍ଷୀତ ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ଆମେରିକାର ରାଷ୍ଟ୍ରଦୂତ ଜଲମେ ଖଲିଲଜାଦ ଏବଂ ତାଲିବାନର ଉପନେତା ମୁଲ୍ଲାହ ଅବଦୁଲ ଘନିଙ୍କ ମଧ୍ୟରେ କତାର ସ୍ଥିତ ଦୋହାରରେ ଏହି ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ମଧ୍ୟ ଏହି ଚୁକ୍ତିର ସାକ୍ଷୀ ରହିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.