ETV Bharat / bharat

ହାଇଦ୍ରାବାଦରୁ 1 କୋଟି ଜବତ, ବିଜେପି ପ୍ରାର୍ଥୀଙ୍କ ଶାଳକକୁ ଗିରଫ କଲା ପୋଲିସ

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ 1 କୋଟି ଟଙ୍କା ଜବତ କରିଛି ଟାକ୍ସଫୋର୍ସ ପୋଲିସ । ଜବତ ଟଙ୍କା ତେଲେଙ୍ଗାନାର ଦୁବକ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ଖର୍ଚ୍ଚ ହୋଇଥାନ୍ତା ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦରୁ 1 କୋଟି ଜବତ, ବିଜେପି ପ୍ରାର୍ଥୀଙ୍କ ଶାଳକକୁ ଗିରଫ କଲା ପୋଲିସ
ହାଇଦ୍ରାବାଦରୁ 1 କୋଟି ଜବତ, ବିଜେପି ପ୍ରାର୍ଥୀଙ୍କ ଶାଳକକୁ ଗିରଫ କଲା ପୋଲିସ
author img

By

Published : Nov 1, 2020, 7:28 PM IST

ହାଇଦ୍ରାବାଦ: ବିଧାନସଭା ଉପନିର୍ବାଚନକୁ ନେଇ ଦେଶରେ ସରଗରମ ରଜନୀତି । ଏହି ମଧ୍ୟରେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଆସିଛି ଏକ ବଡ ଖବର । ରବିବାର ରାଜଧାନୀରୁ 1 କୋଟି ଟଙ୍କା ଜବତ କରିଛି ହାଇଦ୍ରାବାଦ ଟାକ୍ସଫୋର୍ସ ପୋଲିସ । ଜବତ ଟଙ୍କା ତେଲେଙ୍ଗାନାର ଦୁବକ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ଖର୍ଚ୍ଚ ହୋଇଥାନ୍ତା ବୋଲି ଜଣାପଡିଛି ।

ଟଙ୍କା ଭର୍ତ୍ତି ଏକ କାର ବେଗମପେଟରୁ ଦୁବକ ଯାଉଥିବା ସମୟରେ ଏହାକୁ ଧରିଥିଲା ହାଇଦ୍ରାବାଦ ଟାକ୍ସଫୋର୍ସ ପୋଲିସ । ତେବେ ଏହି ଟଙ୍କା ଦୁବକ ବିଧାନସଭା ଉପନିର୍ବାଚନ ପାଇଁ ବଣ୍ଟା ହୋଇଥାନ୍ତା ବୋଲି ସୂଚନା ମିଳିଛି । ଘଟଣାରେ ସୁରଭୀ ଶ୍ରୀନିବାସ ଓ ରବି କୁମାରଙ୍କ ନାଁରେ 2 ଯୁବକଙ୍କୁ ଗିରଫ କରିଛି ପୋଲିସ ।

ସୁରଭୀ ଶ୍ରୀନିବାସ ଦୁବକ ଉପନିର୍ବାର ବିଜେପି ପ୍ରାର୍ଥୀ ରଘୁନନ୍ଦନ ରାୱଙ୍କ ଶାଳକ ବୋଲି ଜଣାପଡିଛି । ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାରଙ୍କ ସୂଚନା ଅନୁଯାୟୀ ଉପନିର୍ବାଚ ଲାଗି ବଣ୍ଟା ହେବାକୁ ଥିବା ଟଙ୍କା ଶ୍ରୀନିବାସ ବେଗମପେଟର ବିଶାଖା ଇଣ୍ଡଷ୍ଟ୍ରୀ ଅଫିସରୁ ଆଣିଥିଲେ । ପେଡାପଲ୍ଲୀର ପୂର୍ବତନ ସାଂସଦ ବିଶାଖା ଇଣ୍ଡଷ୍ଟ୍ରୀ ଦାୟିତ୍ବରେ ଥିବା ବେଳେ ସେ ହିଁ ଶ୍ରୀନିବାସଙ୍କୁ ଟଙ୍କା ଦେଇଥିବା କହିଛନ୍ତି ସିପି । ଅନ୍ୟପକ୍ଷେ ଗିରଫ ଅଭିଯୁକ୍ତଙ୍କୁ ବେଗମପେଟ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ନିକଟରେ ଅକ୍ଟୋବର 26ରେ ସିଦ୍ଦିପେଟରେ ବିଜେପି ପ୍ରାର୍ଥୀ ରଘୁନନ୍ଦନଙ୍କ ସମ୍ପର୍କୀୟଙ୍କ ଘରୁ ପାଖାପାଖି 20 ଲକ୍ଷ ଟଙ୍କା ଜବତ କରିଥିଲା ତେଲେଙ୍ଗାନା ପୋଲିସ । ଦୁବକ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରଘୁନନ୍ଦନ ରାୱଙ୍କ ଘରେ ଚଢାଉ ହେବାର କିଛି ଘଣ୍ଟା ପରେ ରାଜ୍ୟ ବିଜେପି ସଭାପତି ବନ୍ଦି ସଞ୍ଜୟଙ୍କୁ ପୋଲିସ ଗିରଫ କରିଥିଲା । ଏନେଇ ସାରା ରାତି ଦେଖିବାକୁ ମିଳିଥିଲା ହାଇଭୋଲ୍ଟେଜ ଡ୍ରାମା । ତେବେ ପୋଲିସ ଜାଣିଶୁଣି ଟଙ୍କା ରଖି ଗିରଫ କରିବାକୁ ଚାହୁଁଥିବା ରଘୁନନ୍ଦନ ଦାବି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.