ETV Bharat / bharat

ବରଫରେ ଆଚ୍ଛାଦିତ ରୋହତାଙ୍ଗ ଘାଟି, ଯାତାୟତ ଠପ - ବରଫରେ ଆଚ୍ଛାଦିତ ରୋହିତାଙ୍ଗ ଘାଟି

ରୋହତାଙ୍ଗରେ ଜାରି ରହିଛି ବରଫପାତ । ରାସ୍ତା ଘାଟ ସମେତ ମୋବାଇଲ ନେଟଓ୍ବାର୍କ ଠପ ।

Rohtang
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Nov 26, 2019, 9:02 AM IST

Updated : Nov 26, 2019, 9:23 AM IST

ସିମଲା: ହିମାଚଳପ୍ରଦେଶର ରୋହତାଙ୍ଗରେ ଜାରି ରହିଛି ବରଫପାତ । ଏନେଇ ସମଗ୍ର ଅଞ୍ଚଳ ପୁରା ବରଫର ଚାଦରରେ ଆଚ୍ଛାଦିତ ହୋଇରହିଛି । ଯେଉଁଥିପାଇଁ ଯାତାୟତ ପୁରା ଠପ ହୋଇଯାଇଛି । ଏନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଘାଟିରେ ମୋବାଇଲ ସେବା ମଧ୍ୟ ଠିକ ରୂପେ କାମ କରୁନି ।

ବରଫରେ ଆଚ୍ଛାଦିତ ରୋହିତାଙ୍ଗ ଘାଟି, ଯାତାୟତ ଠପ

ପାଣିପାଗ ବିଭାଗ ସିମଲା ଓ ହିମାଚଳରେ ଆହୁରି 3 ଦିନ ଧରି ବର୍ଷା ସହ ବରଫପାତ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ବିଭାଗନୁସାରେ, 26, 27 ଓ 28 ନଭେମ୍ବରକୁ ଉଚ୍ଚତମ ସ୍ଥାନ ମାନଙ୍କରେ ବରଫ ବର୍ଷାର ଆଶଙ୍କା ରହିଥିବା କହିଛନ୍ତି । ନଭେମ୍ବର 29 ଠାରୁ ପାଗରେ ପରିବର୍ତ୍ତନ ଆସିବ ।

ଏହି ପ୍ରରିପେକ୍ଷୀରେ ଜିଲ୍ଲା କଂଗ୍ରେସ ପ୍ରବକ୍ତା ଅନିଲ ସହଗାଲ କହିଛନ୍ତି ଯେ, ବରଫପାତ କାରଣରୁ ରୋହତାଙ୍ଗ ରାସ୍ତା ବନ୍ଦ ରହିଛି । ଅନ୍ୟପଟେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରୋହତାଙ୍ଗ ଟନେଲ ଦେଇ ଆସୁଥିବା ଯାନବାହନକୁ ରୋକି ଦିଆଯାଇଛି । ଯାହା ଏବେ ହେଲିକପ୍ଟର ସେବା ହିଁ ବିକଳ୍ପ ରହିଛି । ତେଣୁ ସରକାର ଜନଜାତିଙ୍କ ପାଇଁ ତୁରନ୍ତ ହେଲିକପ୍ଟରର ବନ୍ଦୋବସ୍ତ କରନ୍ତୁ । ସୀମା ସଡକ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ପାଗ ସମ୍ପୂର୍ଣ୍ଣ ଠିକ ହେଲେ ରୋହତାଙ୍ଗରୁ ବରଫ ସଫା କରିବାର କାମ ଆରମ୍ଭ ହେବ ।

ଲାହୌଲ ଘାଟିରେ ଦୋକାନୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ସାମଗ୍ରୀର ଆୟୋଜନ କରିନାହାନ୍ତି । ଗତବର୍ଷ ଭଳି ଚଳିତବର୍ଷ ଏହିଭଳି ସ୍ଥିତିରେ ଘାଟିରେ ଖାଦ୍ୟ ସଙ୍କଟ ଦେଖାଦେବା ନେଇ ଆଶଙ୍କା କରାଯାଉଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନଙ୍କ କହିବାମୁତାବିକ ସରକାରଙ୍କ ପକ୍ଷରୁ ଘାଟିରେ ଖାଦ୍ୟ ସାମଗ୍ରୀ ଏକତ୍ର କରିବାନେଇ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଛି ।

ଅନ୍ୟପଟେ ହେଲିକପ୍ଟର ସେବା ଆରମ୍ଭ କରିବାପାଇଁ ସୋମବାର ବିମାନ ଟିମଙ୍କୁ ରୋହତାଙ୍ଗ ଟନେଲ ହୋଇ କୁଲ୍ଲୁ ପଠାଇଦିଆଯିବ । ଏଥିପାଇଁ ରୋହତାଙ୍ଗ ଟନେଲ ସଞ୍ଚାଳକଙ୍କୁ ବିଶେଷ ଅନୁମତି ମଗାଯାଇଛି । କୁଲ୍ଲୁରେ ବିମାନ ସମିତି ଖୋଲିବା ପରେ କିଛି ଦିନ ଭିତରେ ହେଲିକପ୍ଟର ସହର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ ।

Intro:Body:

test

Conclusion:
Last Updated : Nov 26, 2019, 9:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.