ସିମଲା: ହିମାଚଳପ୍ରଦେଶରେ ଜାରି ରହିଛି ବରଫପାତ । ଗତ ତିନି ସପ୍ତାହ ଧରି ବରଫରେ ଆଚ୍ଛାଦିତ ଥିବା ରୋହତାଙ୍ଗ ମାର୍ଗ ଶନିବାର ଖୋଲାଯାଇଛି । ସୀମା ସଡକ ସଂଗଠନ(ବିଆରଓ) ଦୀର୍ଘ 7 ଦିନର କଡା ପରିଶ୍ରମ ପରେ ରାସ୍ତାରୁ ବରଫ ହଟାଇବାରେ ସଫଳ ହୋଇଛନ୍ତି । ଫଳରେ ରବିବାର ଯାନବାହାନ ଗୁଡିକ ଲାହୌଲ ଓ ମନାଲି ଯାତାୟତ କରିବା ନେଇ ଅନୁମତି ମିଳିବାର ସମ୍ଭାବନା ରହିଛି ।
ବିଆରଓ ପକ୍ଷରୁ ପାଞ୍ଚ ଫୁଟରେ ଜମା ରହିଥିବା ବରଫକୁ ସାତ ଦିନ ଭିତରେ କଟାଯାଇ ସଫା କରାଯାଇଛି । ସେହିପରି ଲାହୌଲ ଘାଟିରେ ଫସି ରହିଥିବା ଲୋକମାନେ ଲାହୌଲ ଓ ମନାଲୀ ପହଞ୍ଚିପାରିବେ । ଆଉ ଏଠିରେ ଫସିରହିଥିବା 500 ପେଟିର ସେଓ ଗାଡିକୁ ମଧ୍ୟ ବାହାର କରାଯାଇପାରିବ ।
ହାଡଭଙ୍ଗା ଶୀତରେ ରକ୍ତ ଜମାଟ ବାନ୍ଧି ଦେବାଭଳି ଥଣ୍ଡାରେ କଠିନ ପରିଶ୍ରମ କରି ବିଆରଓ ଯବାନ ମାନେ ଦିନ ରାତି ଏକ କରି ହଟାଇଛନ୍ତି । ନଭେମ୍ବର ମାସରୁ ଆଜିପର୍ଯ୍ୟନ୍ତ 4 ଥର ରୋହତାଙ୍ଗ ମାର୍ଗରୁ ବରଫ ହଟାସରିଛି । ତେବେ ବର୍ତ୍ତମାନ ସମୟରେ କୋକସର ଓ ମଢୀରେ ତାପମାତ୍ରା ମାଇନସ ଡିଗ୍ରୀରେ ପହଞ୍ଚିଛି । ତେବେ ରୋହତାଙ୍ଗ ମାର୍ଗ ଖୋଲାହେବା ସହ ପ୍ରଶାସନର ଚିନ୍ତା ମଧ୍ୟ ବୃଦ୍ଧି ପାଇଛି । କୋକସର ଓ ମଢୀ ରେ ଥିବା ରେସ୍କ୍ୟୁ ପୋଷ୍ଟର ଯବାନ ମାନଙ୍କୁ ସତର୍କ ରହିବାକୁ ପଡିବ ।
ସୀମା ସଡକ ସଂଗଠନର କମାଣ୍ଡର କର୍ଣ୍ଣଲ ଉମା ଶଙ୍କର କହିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ରୋହତାଙ୍ଗ ମାର୍ଗ ଖୋଲାଯାଇଥିବାବେଳେ ରବିବାର ଗାଡିମୋଟର ଯିବା ଆସିବା କରିପାରିବ ।