ବାରାଣାସୀ: ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ସହ ବାରାଣାସୀର ସାଂସଦ । ସେଥିପାଇଁ ନରେନ୍ଦ୍ର ମୋଦି ପ୍ରତ୍ୟେକ ବାରଣାସୀ ବ୍ୟକ୍ତି ସହ ବ୍ୟକ୍ତିଗତ ଭାବେ ଜଡିତ । ଏଭଳି ସ୍ଥିତି ଆଜି ତାଙ୍କ ଜନ୍ମଦିନ ଅବସରରେ ସମସ୍ତେ ନିଜ ନିଜ ସ୍ତରରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛତା ଅଭିଯାନ ଦ୍ବାରା ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀଙ୍କ ପୋଷ୍ୟ ଗ୍ରାମ୍ୟ ତଥା ଆଦର୍ଶ ଗ୍ରାମ ଡୋମରିରେ ରହୁଥିବା ମଙ୍ଗଲ କେୱଟ ଅନନ୍ୟ ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ରାଜଘାଟ ସେତୁକୁ ବେଲୁନରେ ସଜାଇ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲଗାଇ ସମସ୍ତଙ୍କୁ ଲଡୁ ବଣ୍ଟନ କରି ମୋଦିଙ୍କ ଜନ୍ମଦିନ ପାଳନ କରିଛନ୍ତି ।
ମଙ୍ଗଲ କେୱଟ ପ୍ରତ୍ୟେକ ଦିନ ନିଃସ୍ବାର୍ଥପର ଭାବରେ ରାଜଘାଟ ବ୍ରିଜକୁ ସଫା କରୁଛନ୍ତି । ଲୋକଙ୍କୁ ସ୍ବଚ୍ଛତା ଅଭିଯାନରେ ଯୋଗଦେବାକୁ ମଧ୍ୟ ଉତ୍ସାହିତ କରିଥାନ୍ତି । ଗରିବ ପରିବାରର ମଙ୍ଗଲ ପେଶାରେ ଜଣେ ରିକ୍ସା ଚାଳକ । କେବଳ ସକାଳେ ଏବଂ ସନ୍ଧ୍ୟାରେ ବ୍ରିଜ୍ ସଫା କରିବା ପରେ ମଧ୍ୟାହ୍ନରେ ସେ ପରିବାରର ଓ ନିଜର ପେଟ ଚଳାଇବା ପାଇଁ ରିକ୍ସା ଚଳାନ୍ତି ।
ମଙ୍ଗଲ କେୱଟ ମୋଦିଙ୍କ ସ୍ବଚ୍ଛତା କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଦୁଇ ଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । 6 ଜୁଲାଇ 2019ରେ ସେ ପ୍ରଥମ ଥର ପାଇଁ ବଡା ଲାଲପୁରସ୍ଥିତ ଦୀନଦୟାଲ ଉପାଧ୍ୟାୟ ହର୍ଷ ସଙ୍କୁଳରେ ତାଙ୍କୁ ଭେଟିଥିଲେ । 16 ଫେବୃଆରୀ 2020ରେ ବାରାଣାସୀକୁ ଆସିଥିବା ପ୍ରଧାନମନ୍ତ୍ରୀ ପୁଣି ଥରେ ମଙ୍ଗଲ କେୱଟଙ୍କୁ ଭେଟିଥିଲେ । ଏପରିକି ସେ ନିଜର ଏକମାତ୍ର ଝିଅର ବାହାଘରର ନିମନ୍ତ୍ରଣ ପତ୍ର ମଧ୍ୟ ମୋଦିଙ୍କୁ ଦେଇଥିଲେ । ବଦଳରେ ତାଙ୍କ କାର୍ଯ୍ୟାଳୟରୁ ଝିଅକୁ ଅଭିନନ୍ଦନ ଜଣାଇ ଏକ ଚିଠି ମଧ୍ୟ ଆସିଥିଲା ।
ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ମଙ୍ଗଲ ନିଜ ଦକ୍ଷତା ଅନୁଯାୟୀ ତାଙ୍କ ଜନ୍ମଦିନ ପାଳିଛନ୍ତି । ତାଙ୍କ ଜନ୍ମଦିନ ପାଇଁ ଗୋଟିଏ ସପ୍ତାହ ଧରି ସେ 50 ଟଙ୍କା ଲେଖାଏଁ ସଞ୍ଚୟ କରି ଆଜି ତାଙ୍କ ଜନ୍ମଦିନ ପାଳିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ