ETV Bharat / bharat

ଅପ୍ରେଲ 14 ପରେ ବି କାଶ୍ମୀର ରେଡଜୋନରେ ଜାରି ରହିବ ଲକଡାଉନ

author img

By

Published : Apr 10, 2020, 3:57 PM IST

ଏପ୍ରିଲ୍ 14 ପରେ ମଧ୍ୟ ଜାମ୍ମୁ କାଶ୍ମୀରରେ କୋରୋନା ପଜେଟିଭ ଚିହ୍ନଟ କରିଥିବା 34ଟି ରେଡ ଜୋନ ପ୍ରତିବନ୍ଧକ ଜାରି ରହିବ | ଏହି ଜୋନ୍ ଗୁଡିକରେ ଲୋକଙ୍କ ଗତିବିଧି ଏବଂ ସାମାଜିକ ଦୂରତା ରହିବ ଉପରେ ସ୍ବତନ୍ତ୍ର ନଜର ରହିବ ବୋଲି ଜମ୍ମୁକାଶ୍ମୀର ଗଭର୍ଣ୍ଣର କହିଛନ୍ତି ।

restriction-will-continue-34-red-zones-of-jammu-and-kashmir-after-the-lockdown
ଲକଡାଉନ ପରେ ଜାମ୍ମୁ କାଶ୍ମୀର 34 ରେଡ ଜୋନରେ ପ୍ରତିବନ୍ଧକ ଜାରି ରହିବ

ଶ୍ରୀନଗର: ଅପ୍ରେଲ 14 ପରେ ମଧ୍ୟ ଜମ୍ମୁକାଶ୍ମୀରରେ କୋରୋନା ସଂକ୍ରମିତ ଚିହ୍ନଟ ଅଞ୍ଚଳରେ ପ୍ରତିବନ୍ଧକ ଜାରି ରହିବ । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁ ଏବଂ ସାମାଜିକ ଦୂରତାକୁ ଦିଆଯିବ ଗୁରୁତ୍ବ ବୋଲି ସୂଚନା ଦେଇଛନ୍ତି ।

ଚାରିଆଡେ ମହାମାରୀ କୋରୋନାର ଉଦବେଗଜନକ ପରିସ୍ଥିତି ଜାରି ରହିଥବାବେଳେ ଭାରତରେ 21 ଦିନିଆ ଲକଡାଉନ ଜାରି ରହିଛି । ଲକଡାଉନ ପରେ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳରର କୋରୋନା ସଂକ୍ରମିତ ଚିହ୍ନଟ ଅଞ୍ଚଳ ତଥା 34ଟି ରେଡ ଜୋନକୁ କଡାକଡି ପ୍ରତିବନ୍ଧକ ଜାରି ରହିବ ବୋଲି ଜମ୍ମୁକାଶ୍ମୀର ରାଜ୍ୟପାଳ କହିଛନ୍ତି । ଏହି ଅଞ୍ଚଳର କେତୋଟି ସ୍ବତନ୍ତ୍ର ଅଞ୍ଚଳରେ ଲୋକଙ୍କ ଚଳାଚଳ ଓ ସାମାଜିକ ଦୂରତା ଉପରେ ସ୍ବତନ୍ତ୍ର ନଜର ରହିବ ବୋଲି କହିଛନ୍ତି । ଆଗକୁ ଯାହା ନିଷ୍ପତ୍ତି ନିଆଯିବ ସେ ବିଷୟରେ ବର୍ତ୍ତମାନ ଯୋଜନା ଚାଲିଛି ବୋଲି କହିଛନ୍ତି ।

ମାହାମାରୀ କୋରୋନା ସାରା ଭାରତରେ ଆତଙ୍କ ଜାରୀ ରଖିଥିଲାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକାଶ୍ମୀରରେ ବର୍ତ୍ତମାନ ପର୍ଯ୍ୟନ୍ତ 158 ଲୋକ କୋରୋନା ସଂକ୍ରମିତ ହୋଇଥିବାବେଳେ 4 ଜଣ ମୃତ୍ୟୁବରଣ କରିଛନ୍ତି । ଭାରତରେ ଏହାର ସଂଖ୍ୟା 6412 ରହିଥିବାବେଳେ 199 ଜଣ ମୃତ୍ୟୁବରଣ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.