ETV Bharat / bharat

ଗଣତନ୍ତ୍ର ଦିବସ 2020: ନୌସେନା ମେଢରେ ପ୍ରଦର୍ଶିତ ହେବ ସ୍ବଦେଶୀକରଣର ଝଲକ

ଚଳିତଥର ଗଣତନ୍ତ୍ର ଦିବସରେ ଭାରତୀୟ ନୌସେନା ନିଜର ଅଦମ୍ୟ ପରାକ୍ରମ, ସାମରିକ ସାମର୍ଥ୍ୟ ଓ ବିବିଧତାକୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବ । ଅଧିକ ପଢନ୍ତୁ...

author img

By

Published : Jan 9, 2020, 4:47 AM IST

republic day 2020
ଫାଇଲ ଫଟୋ

ନୂଆଦିଲ୍ଲୀ: ଚଳିତଥର ଗଣତନ୍ତ୍ର ଦିବସରେ ଭାରତୀୟ ନୌସେନା ନିଜର ଅଦମ୍ୟ ପରାକ୍ରମ, ସାମରିକ ସାମର୍ଥ୍ୟ ଓ ବିବିଧତାକୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବ । ଭାରତୀୟ ନୌବାହିନୀ ସମୁଦ୍ର ଗଭୀର ଜଳରାଶିର ଗଭୀରତା ଓ ଆକାଶରେ ନିଜ ସାହସିକତାକୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରିବ । ଭାରତୀୟ ନୌବାହିନୀ ନିଜ ପ୍ରଜ୍ଞାପନ ମେଢରେ ସେନାର ସ୍ବଦେଶୀକରଣର ଝଲକ ବିଶ୍ବବାସୀଙ୍କୁ ଦେଖାଇବ ।

ଗଣତନ୍ତ୍ର ଦିବସ ପାଳନ କରିବା ଅବସରରେ ରାଜପଥରେ ଭାରତୀୟ ନୌବାହିନୀର ପ୍ରଜ୍ଞାପନ ମେଢର ଆଗ୍ରଭାଗରେ ସ୍ବଦେଶୀ କୋଲକାତା କ୍ଲାସ ଡେଷ୍ଟ୍ରୟର, ସବମେରିନ ଆଇଏନଏସ କଲବରୀ ବ୍ୟତୀତ ଆମେରିକା ଠାରୁ କିଣାଯାଇଥିବା P81 ବିମାନର ମଡେଲ ରହିବ । ଏହା ନୌସେନାର ବହୁମୁଖୀ ଶକ୍ତିକୁ ପ୍ରଦର୍ଶିତ କରିବ । ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନଏସ୍ କୋଲକାତାରେ ବିଧ୍ବଂସକ ହେଲିକପ୍ଟର ଓ ବ୍ରହ୍ମୋସ ମିଶାଇଲରେ ସଂଯୋଗୀକୃତ ରହିଥାଏ । ପ୍ରଜ୍ଞାପନ ମେଢ଼ ଏବଂ ଭାରତୀୟ ନୌସେନା କଣ୍ଟିଜେଣ୍ଟ୍‌ର ବିମାନ, ରାଡାର୍‌ ଓ କ୍ଷେପଣାସ୍ତ୍ରର କ୍ଷୁଦ୍ର ମଡେଲ୍‌ର ପ୍ରଦର୍ଶନ ହେବ ।

ଆଇଏନଏସ କଲବରୀ ଫ୍ରାନ୍ସ ଜ୍ଞାନକୌଶଳ ଆଧାରରେ ନିର୍ମିତ । ଏହା ବ୍ୟତିରେକ ଗଣତନ୍ତ୍ର ଦିବସ ପରେଡ ପ୍ରଜ୍ଞାପନ ମେଢରେ ଆଣ୍ଟି ସବମେରିନ ଓ ଟୋହି ବିମାନP8I ପ୍ରଦର୍ଶିତ କରାଯିବ । ଏହି ମେଢର ପଛରେ ଭାରତର ପ୍ରଥମ ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତକୁ ପ୍ରଦର୍ଶିତ କରାଯିବ । ଏହି ଭବ୍ୟ ମେଢରେ ବିକ୍ରାନ୍ତର ଡେକ୍‌ ଉପରେ ନିୟୋଜିତ ଫାଇଟର ଏୟାରକ୍ରାଫ୍ଟକୁ ମଧ୍ୟ ପ୍ରଦର୍ଶିତ କରାଯିବ ।

Intro:Body:

V

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.