ETV Bharat / bharat

ବହୁପକ୍ଷବାଦକୁ ବିଶ୍ବାସ: 74ତମ ସଂଯୁକ୍ତ ରାଷ୍ଟ୍ର ମହାସଭା ବୈଠକରେ ଭାରତ - ଦି ଲିଡର୍ସ ଡାଇଲଗ

ସେପ୍ଟେମ୍ବର 27 ତାରିଖରେ ୟୁଏନଜିଏ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଜାତିସଂଘରେ ଭାରତର ସ୍ଥିତି ସଂପର୍କରେ ବିଶେଷ ଆଲେଖ୍ୟ ।

ଫାଇଲ ଫଟୋ
author img

By

Published : Sep 22, 2019, 10:43 PM IST

ହାଇଦ୍ରାବାଦ: ତିନିବର୍ଷର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ମହାସଭା(ୟୁଏନଜିଏ)ରେ ଭାଗ ନେବେ । ସେ 2015 ମସିହାରେ 70ତମ ଜାତିସଂଘ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ । 2015ରୁ 2019 ମଧ୍ୟରେ ବିଶ୍ବରେ ବିଭିନ୍ନ ପରିବର୍ତ୍ତନ ଦେଖାଦେଇଛି । ଗତ ସମ୍ମିଳନୀରେ ଭାଗନେଇଥିବା ବିଶ୍ବର ପ୍ରମୁଖ ନେତାମାନଙ୍କ ଦ୍ବାରା କାର୍ଯ୍ୟସୂଚୀ 2030 ମାଧ୍ୟମରେ 17ଟି ଶତତ ବିକାଶ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଥିଲା । କାର୍ଯ୍ୟସୂଚୀ 2030ରେ ବିକାଶ ଓ ପରିବେଶ ସୁରକ୍ଷାକୁ ପ୍ରମୁଖତା ଭିତ୍ତିରେ ସ୍ଥାନ ଦିଆଯାଇଥିଲା । ବିକାଶ ଲକ୍ଷ୍ୟରେ ଭାରତର ବିକାଶ କାର୍ଯ୍ୟସୂଚୀ ସ୍ପଷ୍ଟ ବୋଲି ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ପ୍ରକାଶ କରିଥିଲେ ।

କାର୍ଯ୍ୟସୂଚୀ 2030 ମାଧ୍ୟମରେ ରାଷ୍ଟ୍ରମାନଙ୍କ ଦ୍ବାରା ନିର୍ଦ୍ଧାରିତ ବିକାଶ ଲକ୍ଷ୍ୟକୁ ନେଇ ଆନ୍ତର୍ଜାତିକ ସହଯୋଗ ପ୍ରତିଷ୍ଠା କରାଯିବ । ନ୍ୟୁୟର୍କରେ 23ରୁ ହେବାକୁ ଥିବା ଶିଖର ସମ୍ମିଳନୀରେ କାର୍ଯ୍ୟସୂଚୀ 2030ରେ ଭାରତର ନେତୃତ୍ବକାରୀ ଭୂମିକା ଶୀର୍ଷକରେ ପ୍ରଧାନମନ୍ତ୍ରୀ ନିଜର ମତ ଉପସ୍ଥାପିତ କରିବେ । ଏହା ସହ ଜାତିସଂଘ ମହାସଚିବଙ୍କ କ୍ଲାଇମେଟ ଆକ୍ସନ ସମିଟ, ସାର୍ବଜନିନ ସ୍ବାସ୍ଥ୍ୟ ପାଇଁ ଉଚ୍ଚସ୍ତରୀୟ ବୈଠକ, ଦି ଲିଡର୍ସ ଡାଇଲଗ ସହିତ ଭାରତ ପକ୍ଷରୁ ମହାତ୍ମା ଗାନ୍ଧିଙ୍କ 150ତମ ଜନ୍ମ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ ।

2014 ମସିହାରେ ପ୍ରଧାନମନ୍ତ୍ରୀଙ୍କ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ବାରା ବେଶ ଗ୍ରହଣୀୟ ହୋଇଥିଲା । ପ୍ରସ୍ତାବଟିକୁ 177ଟି ଦେଶ ଦ୍ବାରା ରେକର୍ଡ 75 ଦିନରେ ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ଜାତିସଂଘ ମୁଖ୍ୟାଳୟରେ ଭାରତ ଦ୍ବାରା ପ୍ରତିଷ୍ଠା କରାଯାଇଥିବା 80 ଗିଗାୱାଟ କ୍ଷମତା ବିଶିଷ୍ଟ ସୋଲାର ଶକ୍ତିକେନ୍ଦ୍ରକୁ ନେଇ ୟୁଏନଜିଏ ସନ୍ତୋଷ ବ୍ୟକ୍ତ କରିବ। ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ଏହା ଭାରତ ପାଇଁ ପ୍ରମୁଖ ଉପଲବ୍ଧି ହେବ । ଏହି ସୋଲାର ପ୍ୟାନେଲ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଉଦଘାଟନ କରାଯିବ ।

ଭାରତର ‘ଆୟୁଷ୍ମାନ ଭାରତ’ ଯୋଜନା 2018 ମସିହାରେ ଲାଗୁ କରାଯାଇଥିଲା । ଭାରତ ଦ୍ବାରା ପ୍ରଣୀତ ଏହି ଯୋଜନାରେ 5ଶହ ମିଲିୟନ ଉପଭୋକ୍ତା ରହିଛନ୍ତି । ଯାହାକୁ ଭାରତ ଶତତ ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକ୍ଷେତ୍ରର ଉଦ୍ଦେଶ୍ୟ ସ୍ଥାପିତ କରିବାରେ ସକ୍ଷମ ହୋଇଛି । ଏହା ସହ ପରିମଳ କ୍ଷେତ୍ରରେ ଭାରତର ସ୍ବଚ୍ଛ ଭାରତ ଅଭିଯାନ ମଧ୍ୟ ଉଲ୍ଲେଖନୀୟ ବିକାଶ ପ୍ରକ୍ରିୟାରେ ଏକ ପ୍ରମୁଖ ଯୋଜନା ଭାବରେ ଉଭା ହୋଇଛି ।

କାର୍ଯ୍ୟସୂଚୀ 2030ର ପ୍ରସ୍ତାବନାରେ ବିଶ୍ବର ନେତାମାନେ ଦୃଢତାର ସହ କହିଛନ୍ତି, ‘ଶତତ ବିକାଶ ବିନା କୌଣସି ଶାନ୍ତି ନାହିଁ । ସେହିପରି ଶାନ୍ତି ବିନା କୌଣସି ଶତତ ବିକାଶ ନାହିଁ ’। ପ୍ରଧାନମନ୍ତ୍ରୀ ବିଭିନ୍ନ ବିଶ୍ବସ୍ତରୀୟ ନେତାମାନଙ୍କ ସହ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଆଲୋଚନା ବେଳେ ବହୁପକ୍ଷୀୟ ସୁଧାର ନୀତିକୁ ଆପଣାଇବାକୁ ଚେଷ୍ଟା କରିବେ । ‘ସୁଧାରିତ ବହୁପକ୍ଷବାଦ’ ଏକ ସୁଧାରିତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଗଠନ କରିବାରେ ସାହାଯ୍ୟ କରିବ । ଯାହା 2005 ମସିହାରୁ ବିଶ୍ବନେତା ମାନଙ୍କ ଦ୍ବାରା ସର୍ବସମ୍ମତି କ୍ରମେ ଏହାକୁ ଜନାଦେଶ ରୂପେ ଗ୍ରହଣ କରାଯାଇଛି ।

ଭାରତକୁ ଏକ ବାହ୍ୟ ସମର୍ଥନ ତଥା ଏକ ପ୍ରମୁଖ ଶକ୍ତି କରିବାରେ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ପ୍ରମୁଖ ଭୂମିକା ରହିଛି । ଭାରତ ନିଶ୍ଚିତ ଭାବରେ ଜାତିସଂଘ ସୁରକ୍ଷା ପରିଷଦ ନିଷ୍ପତ୍ତିରେ ସମାନ ଭାବରେ ଅଂଶ ଗ୍ରହଣ କରିବ । 50 ବର୍ଷର ବ୍ୟବଧାନ ପରେ ଭାରତ-ପାକିସ୍ତାନ ପ୍ରସଙ୍ଗ ଜାତିସଂଘ ସୁରକ୍ଷା ପରିଷଦରେ ପଡିଛି । 16 ଅଗଷ୍ଟ 2019ରେ ଏହି ପ୍ରସଙ୍ଗରେ ତର୍କ ମଧ୍ୟ ହୋଇଛି । ପଶ୍ଚିମ ଇଣ୍ଡୋ ପାସିଫିକ କ୍ଷେତ୍ରରେ ସ୍ଥିରତା ପାଇଁ ୟୁଏନଏସସି ନିଷ୍ପତ୍ତି ନେଇଛି । ସେହିପରି ଏହି କ୍ଷେତ୍ରରେ ଭାରତ ଥିବାରୁ ପରିଷଦ ମଧ୍ୟ ଏହା ଉପରେ ନଜର ରଖିବ ।

ବିଶ୍ବର ପ୍ରମୁଖ ଶକ୍ତିମାନେ ଜାତିସଂଘର ସଦସ୍ୟ ଦେଶ ଗୁଡିକୁ ଚ୍ୟାଲେଞ୍ଜ କରି ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏପରି ସ୍ଥଳେ 74ତମ ୟୁଏନଜିଏରେ ଭାରତକୁ ନେତୃତ୍ବ ଓ ଆନ୍ତର୍ଜାତୀୟ ସହଯୋଗ ପ୍ରଦାନ ପାଇଁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ । ସଂଯୁକ୍ତ ରାଷ୍ଟ୍ର ସଂଘ 14 ଜୁନ 2019ରେ ଏହାର ବିଶ୍ବାସକୁ ପୁନଃପୃଷ୍ଟି କରିବା ପାଇଁ ଏକ ସଂକଳ୍ପ ଆପଣାଇଛି । ଏହାକୁ ପରବର୍ତ୍ତୀ ସମୟରେ ସେପ୍ଟେମ୍ବର 2020ରେ ସଂଯୁକ୍ତ ରାଷ୍ଟ୍ରର 75 ବର୍ଷ ପୂର୍ତ୍ତି ଅବସରରେ ଏହାକୁ ଗ୍ରହଣ କରାଯିବ ବୋଲି ଜାତିସଂଘ ପ୍ରକାଶ କରିଛି । 27 ସେପ୍ଟେମ୍ବରରେ ହେବାକୁ ଥିବା ୟୁଏନଜିଏ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶାନ୍ତି, ସୁରକ୍ଷା ଓ ଶତତ ବିକାଶର ସମସ୍ୟାକୁ ଉପସ୍ଥାପିତ କରିବ ।

ଅଶୋକ ମୁଖାର୍ଜୀ, ପୂର୍ବତନ ରାଷ୍ଟ୍ରଦୂତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.