ETV Bharat / bharat

ରାମେଶ୍ବରମକୁ ରାମସେତୁ ସହ ଯୋଡିବ ନୂଆ ପୋଲ

ତାମିଲନାଡୁରେ ଥିବା ରାମେଶ୍ବମରୁ ରାମସେତୁକୁ ସଂଯୋଗ କରିବ ନୂତନ ପୋଲ । ଏଥିରେ ଡବଲ ରେଳଲାଇନର ନିର୍ମାଣ କରାଯିବ । ଆସନ୍ତା ମାସଠାରୁ ଆରମ୍ଭ ହେବ ଏହାର ନିର୍ମାଣ କାର୍ଯ୍ୟ ।

author img

By

Published : Jul 16, 2019, 5:52 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଣିକି ଭଗବାନ ରାମଭକ୍ତଙ୍କୁ ବିଶେଷ ସୁବିଧା ଯୋଗାଇବ ଭାରତୀୟ ରେଳବାଇ । ଦେଶର ଅନ୍ୟତମ ପ୍ରସିଦ୍ଧ ତୀର୍ଥସ୍ଥଳ ତାମିଲନାଡୁର ରାମେଶ୍ବରମ ଏବଂ ରାମସେତୁ ଭମ୍ରଣରେ ଯାଉଥିବା କୋଟି କୋଟି ଭକ୍ତଙ୍କ ସୁବିଧା ପାଇଁ ନୂତନ ଏକ ପୋଲର ନିର୍ମାଣ କାର୍ଯ୍ୟ ଆସନ୍ତା ମାସଠାରୁ ଆରମ୍ଭ କରିବାକୁ ଯାଉଛି ରେଳ ବିଭାଗ ।

ଏହାର ନିର୍ମାଣ କାର୍ଯ୍ୟକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । 2050 ମିଟର ଲମ୍ବା ବିଶିଷ୍ଟ ଏହି ପୋଲର ନିର୍ମାଣ ପାଇଁ 248.97 କୋଟି ଟଙ୍କା ବ୍ୟ ଅଟ୍ଟକଳ କରାଯାଇଛି । ଏଠାରେ ରେଳ ବିଭାଗ ଦ୍ବାରା ଏକମାତ୍ର ପମ୍ବାନ ବ୍ରିଜର ନିର୍ମାଣ କରାଯାଇଥିଲା । ଯାହାକୁ 105 ବର୍ଷ ପୁରୁଣା ହୋଇଯାଇଛି । ବର୍ତ୍ତମାନ ଅନ୍ୟ ଏକ ନୂତନ ପମ୍ବାନ ବ୍ରିଜ ନିର୍ମାଣ ହେବାକୁ ଯାଉଛି । ରେଳସେବାକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ଏଭଳି ଏକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଛି ରେଳବାଇ । ଏ ଯୋଜନା ମୁତାବକ ତାମିଲନାଡୁର ମଣ୍ଡପନ ଦ୍ବୀପ ମଧ୍ୟରେ 2050 ମିଟର ଲମ୍ବର ନୂତନ ପୋଲ ନିର୍ମାଣ କରାଯିବ ।

ଆରବିଏନଏଲର ପ୍ରବକ୍ତା ମୋନିକା ଲାଲ କହିଛନ୍ତି ଯେ ଏହି ନୂତନ ପମ୍ବାନ ପୋଲ ଭାରତୀୟ ରେଳବାଇ ଦ୍ବାରା ପ୍ରୟୋଗ ହେଉଥିବା ଆଧୁନିକ ଜ୍ଞାନକୌଶଳର ଏକ ଉଦାହରଣ ଭାବେ ଠିଆ ହେବ । ଏହାର ନିର୍ମାଣ କାର୍ଯ୍ୟ ଅଗଷ୍ଟରୁ ଆରମ୍ଭ ହେବାର ରହିଛି । ଏହି ପୋଲରେ ଡବଲ ଟ୍ରାକ ରେଳ ଲାଇନ ବିଛାଯିବ । ଭବିଷ୍ୟତରେ ଏଠାରେ ବିଦ୍ୟୁତିକରଣ କରାଯିବାର ବ୍ୟବସ୍ଥା ରଖାଯିବ ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.