ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ତଥା ସମାଜବାଦୀ ପାର୍ଟିର ତୁଙ୍ଗ ନେତା ଅମର ସିଂହଙ୍କ ଦେହାନ୍ତ ହୋଇଛି । ଶନିବାର ଅପରାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ପ୍ରାୟ ମାସ 6 ମାସରୁ ସିଙ୍ଗାପୁରରେ ଚିକିତ୍ସିତ ହେଉଥିଲେ।
ଅମର ସିଂହ 2013ରୁ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଏହାପରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା ।