ନୂଆଦିଲ୍ଲୀ: ସେପ୍ଟେମ୍ବର 10ରେ ରାଫେଲ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଇବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହରିୟାଣାର ଅମ୍ବାଲା ଏୟାରବେସରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ | ଏଥିପାଇଁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାଲେଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଋଷିଆରୁ ଫେରିବା ପରେ ଏହି ସମାରୋହ ଅନୁଷ୍ଠିତ ହେବ। ସେପ୍ଟେମ୍ବର 4ରୁ 6 ପର୍ଯ୍ୟନ୍ତ ଋଷିଆର ଏସସିଓ ସଦସ୍ୟ ଦେଶର ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
କୁହାଯାଉଛି ଯେ ରାଫାଲ ଯୁଦ୍ଧ ବିମାନକୁ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଇବା ପାଇଁ ଏହି ସମାରୋହ 10 ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୀତିକ ବନ୍ଧୁତା ପାଇଁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।
29 ଜୁଲାଇରେ ପାଞ୍ଚ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଥିଲା । ଯୁଦ୍ଧ ବିମାନ ଲଦାଖ ଅଞ୍ଚଳରେ ଉଡ଼ି ସାରିଛି। ଦେଶରେ ପହଞ୍ଚିଥିବା ପାଞ୍ଚଟି ରାଫେଲ ମଧ୍ୟରୁ ତିନୋଟି ଗୋଟିଏ ଯୁଦ୍ଧ ବିବାନ ହୋଇଥିବା ବେଳେ 2ଟି ପ୍ରଶିକ୍ଷଣ ବିମାନ ।