ETV Bharat / bharat

'ରାଜସ୍ଥାନକୁ ପ୍ରବେଶ ଉପରେ ଲାଗିବ ରୋକ, ସୀମା ହେବ ସିଲ୍' - rajashtan news

ବୁଧବାର ଏକ ସମୀକ୍ଷା ବୈଠକରେ ଗେହଲଟ କହିଛନ୍ତି ଯେ, ବିନା ଅନୁମତିରେ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ପ୍ରବେଶ କରିବାର ସମ୍ଭାବନା ଥିବାରୁ ସୀମା ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ରାଜସ୍ଥାନକୁ ଅନ୍ୟ ରାଜ୍ୟର ଲୋକଙ୍କ ପ୍ରବେଶ ଉପରେ ଲାଗିବ ରୋକ

author img

By

Published : May 7, 2020, 12:19 PM IST

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ରାଜ୍ୟର ଆନ୍ତଃ ରାଜ୍ୟ ସୀମା ଭିତରୁ ଅନଧିକୃତ ବ୍ୟକ୍ତିଙ୍କ ପ୍ରବେଶକୁ ରୋକିବା ପାଇଁ ସରକାର ତୁରନ୍ତ ପ୍ରଭାବ ପକାଇ ରାଜ୍ୟର ସମସ୍ତ ଅନ୍ତଃରାଜ୍ୟ ସୀମାକୁ ସିଲ କରିବେ।

ବୁଧବାର ଏକ ସମୀକ୍ଷା ବୈଠକରେ ଗେହଲଟ କହିଛନ୍ତି ଯେ, କିଛିଦିନ ହେବ ଦେଶର ଅନେକ ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି। ଗତ 3 ଦିନ ମଧ୍ୟରେ ସାରା ଦେଶରେ 10 ହଜାର ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ପ୍ରବେଶ କରିବାର ସମ୍ଭାବନା ଥିବାରୁ ସୀମା ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଙ୍କଟ ସମୟରେ ରାଜ୍ୟବାସୀଙ୍କ ଜୀବନ ରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ଗେହଲଟ କହିଛନ୍ତିଯେ, ଅନ୍ୟରାଜ୍ୟର ଲୋକଙ୍କ ପ୍ରବେଶର ଅନୁମତି କେବଳ ଗୃହମନ୍ତ୍ରୀଙ୍କ ଦ୍ବାରା ଜାରି ହୋଇବା ନିର୍ଦ୍ଦେଶ ଏବଂ ସର୍ତ୍ତର କଡା ପାଳନ କରିବା ସହ ଦିଆଯିବ ।

ସେ କହିଛନ୍ତି ଯେ, ଏଥିପାଇଁ ମୁଖ୍ୟ ସଚିବ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିବା ଉଚିତ ଯେ ସେମାନଙ୍କୁ କେବଳ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ ଅନୁମତି ଦିଆଯାଇଥିବା ବର୍ଗର ଲୋକଙ୍କୁ ରାଜସ୍ଥାନକୁ ଆସିବାକୁ ଅନୁମତି ଦିଆଯିବ। ଯିଏ ଏହାର ସମସ୍ତ ସର୍ତ୍ତ ପୂରଣ କରିବ ଓ ରାଜସ୍ଥାନ ସରକାରଙ୍କ ପୂର୍ବ ସମ୍ମତି ପାଇବ ।

ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ା ରଘୁ ଶର୍ମା, ମୁଖ୍ୟ ଶାସନ ସଚିବ ଡି.ବି ଗୁପ୍ତା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ରାଜୀବ ସ୍ୱରୁପ, ପୋଲିସ ମହାନିର୍ଦ୍ଦେଶକ ଭୁପିନ୍ଦର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମେଡିକାଲ ରୋହିତ କୁମାର ସିଂ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.