ETV Bharat / bharat

ରାଜସ୍ଥାନ ରାଜନୀତି: ପାଇଲଟଙ୍କ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି

ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତିଙ୍କ ଅଯୋଗ୍ୟ ଘଟଣା । ଗୁରୁବାର ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ କୌଣସି ରୋକ ଲଗାଇବାକୁ ମନା କରିଥିଲେ । ଅଧିକ ପଢନ୍ତୁ...

ପାଇଲଟଙ୍କ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି

author img

By

Published : Jul 24, 2020, 9:57 AM IST

ଜୟପୁର: ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ ନୋଟିସ ବିରୋଧରେ ଦାୟର ହୋଇଥିବା ଯାଚିକା ଉପରେ ଆଜି ଶୁଣାଣି କରିବେ ହାଇକୋର୍ଟ । ଅଦାଲତ ପୂର୍ବାହ୍ନ 10.30 ସମୟରେ ଏହି ଯାଚିକାର ଶୁଣାଣି କରିବାର ସମ୍ଭାବନା ରହିଛି ।

ପ୍ରଧାନ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଓ ପ୍ରକାଶ ଗୁପ୍ତାଙ୍କ ମିଳିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିବା ପରେ ଜୁଲାଇ 21 ତାରିଖରେ ରାୟକୁ ସଂରକ୍ଷିତ ରଖିଥିଲେ । ଏହା ସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ପ୍ରସ୍ତାବିତ ପ୍ରକ୍ରିୟାକୁ ନୋଟିସରେ ରଖିବାକୁ ବାଚସ୍ପତିଙ୍କୁ ନିବେଦନ କରାଯାଇଥିଲା ।

ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ବାଚସ୍ପତି ସିପି ଯୋଶୀ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଥିଲେ । ବାଚସ୍ପତି ସିପି ଯୋଶୀ କହିଛନ୍ତି, ସମ୍ବିଧାନ ଅନୁଯାୟୀ ସେ ବିଦ୍ରୋହ ବିଧାୟକ ବିରୋଧରେ ନୋଟିସ ଜାରି କରିଥିଲେ । କିନ୍ତୁ ଏହି ମାମଲାରେ ବିଚାରାଧୀନ ଅଯୋଗ୍ୟ ଯୋଗ୍ୟତା ଆବେଦନ ଉପରେ ହାଇକୋର୍ଟ କୌଣସି ନିଷ୍ପତ୍ତି ନ ନେବା ତାଙ୍କୁ ବ୍ୟଥିତ କରିଛି । ଏହା ସହ ଯୋଶୀ କହିଛନ୍ତି, 19 ବିଦ୍ରୋହ ବିଧାୟକଙ୍କ ଅଯୋଗ୍ୟତା ଘୋଷଣା ଉପରେ ସେ କେବଳ ବିଜ୍ଞପ୍ତି ଜାରି କରିଛନ୍ତି, ଏବଂ ଯେ ପର୍ଯ୍ୟନ୍ତ ସେ କୌଣସି ନିଷ୍ପତ୍ତି ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଏହି ମାମଲା କୋର୍ଟକୁ ଯାଇପାରିବ ନାହିଁ । ଏହା ପରେ ମଧ୍ୟ ତାଙ୍କୁ ହାଇକୋର୍ଟରୁ ଦୁଇ ଥର ନିର୍ଦ୍ଦେଶ ଦେଇ କୁହାଯାଇଛି ଏହି ମାମଲାରେ କୌଣସି ଆଦେଶ ଜାରି ନ କରିବାକୁ ।

ଗୁରୁବାର ଏହି ମାମଲା ଶୁଣାଣି କରି ସିପି ଯୋଶୀଙ୍କୁ ଏକ ବଡ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ରାଜସ୍ଥାନ ହାଇକୋର୍ଟଙ୍କ ରାୟ ଉପରେ କୌଣସି ରୋକ ଲଗାଇବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟ ଅଧିନରେ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ ଏହି ମାମଲାରେ ଆଜି ଶୁଣାଣି କରିବା ପରେ ସୋମବାର ଦିନ ଏହି ମାମଲାରେ ପୁଣି ସୁପ୍ରିମକୋର୍ଟରେ ଶୁଣାଣି କରାଯିବ । ବାଚସ୍ପତିଙ୍କ ନୋଟିସ ଉପରେ ହାଇକୋର୍ଟ ଶୁଣାଣି କରି ପାରିବେ ନାହିଁ ତାହା ସୁପ୍ରିମକୋର୍ଟରେ ଶୁଣାଣି କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.