ETV Bharat / bharat

44ଟି ନୂତନ ବନ୍ଦେ ଭାରତ ଟ୍ରେନର ଟେଣ୍ଡର ରଦ୍ଦ କଲେ ଭରତ ସରକାର

author img

By

Published : Aug 22, 2020, 9:20 PM IST

ଆଇସିଏଫ୍ ଚେନ୍ନାଇ 44 ଟି ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ରେକ୍ ପାଇଁ ଏକ ବିଶ୍ୱସ୍ତରୀୟ ଟେଣ୍ଡର ଜାରି କରିଥିଲା । ​​ଯେଉଁଥିରେ କେବଳ ଚାଇନାର CRRC ଏକମାତ୍ର ବିଦେଶୀ କମ୍ପାନୀ ବିଡ ଦାଖଲ କରିଥିବା ବେଳେ ଏହି ଟେଣ୍ଡରକୁ ରଦ୍ଦ କରିଛନ୍ତି ଭାରତ ସରକାର । 'ମେକ୍ ଇନ୍ ଇଣ୍ଡିଆ'କୁ ପ୍ରାଥମିକତା ଦେଇ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂଆ ଟେଣ୍ଡର ପ୍ରକାଶ ପାଇବ ।

44 ଟି ନୂତନ ବନ୍ଦେ ଭାରତ ଟ୍ରେନର ଟେଣ୍ଡର ରଦ୍ଧ କଲେ ଭରତ ସରକାର

ଚେନ୍ନାଇ: ଚେନ୍ନାଇ ହେଉଛି ଭାରତୀୟ ରେଳର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆଇସିଏଫ୍ ଚେନ୍ନାଇ 44 ଟି ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ରେକ୍ ପାଇଁ ଏକ ବିଶ୍ୱସ୍ତରୀୟ ଟେଣ୍ଡର ଜାରି କରିଥିଲା । ​​ଯେଉଁଥିରେ କେବଳ ଚାଇନାର CRRC ଏକମାତ୍ର ବିଦେଶୀ କମ୍ପାନୀ ବିଡ ଦାଖଲ କରିଥିବା ବେଳେ ଏହି ଟେଣ୍ଡରକୁ ରଦ୍ଦ କରିଛନ୍ତି ଭାରତ ସରକାର । 'ମେକ୍ ଇନ୍ ଇଣ୍ଡିଆ'କୁ ପ୍ରାଥମିକତା ଦେଇ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂଆ ଟେଣ୍ଡର ପ୍ରକାଶ ପାଇବ । ବର୍ତ୍ତମାନ ନୂତନ ଟେଣ୍ଡର ନିୟମ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି ।

ଏହି ଟେଣ୍ଡରକୁ ବାତିଲ କରିବାର ମୁଖ୍ୟ କାରଣ ଚାଇନିଜ କମ୍ପାନୀ ଛାଡିବା ଏବଂ ଆତ୍ମନିର୍ଭଶୀଳ ଭାରତର ଶୁଭାରମ୍ଭ କରିବା ବୋଲି କୁହାଯାଉଛି । ଟେଣ୍ଡରକୁ ବାତିଲ କରି ବର୍ତ୍ତମାନ ମେକ୍ ଇନ୍ ଇଣ୍ଡିଆକୁ ଦୃଷ୍ଟିରେ ରଖି ଏହି ବଡ ଟେଣ୍ଡର ନବୀକରଣ ହେବ । ଏହାର ନିୟମ ମଧ୍ୟ ଏପରି ହେବ ଯେ କୌଣସି ଚାଇନିଜ୍ କମ୍ପାନୀ ଚାହିଁଲେ ବି ଟେଣ୍ଡର କରିପାରିବେ ନାହିଁ । ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସର 44 ଟି ନୂତନ ଟ୍ରେନ୍ ସେଟ୍ ନିର୍ମାଣ ପାଇଁ ଟେଣ୍ଡର ପାଇଁ ଏହି ନିୟମ ଲାଗୁ ହେବ । ବାତିଲ ହୋଇଥିବା ଟେଣ୍ଡରରେ କେବଳ ଗୋଟିଏ ବିଦେଶୀ କମ୍ପାନୀ ଅର୍ଥାତ ଚାଇନା ବିଡ୍ ଦାଖଲ କରିଥିଲା ବୋଲି ଜଣାପଡିଛି ।

ବାସ୍ତବରେ ଭାରତୀୟ ରେଳ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଅର୍ଥାତ ସେମି ହାଇ ସ୍ପିଡ୍ ଟ୍ରେନ୍ ଆଣିବା ଏକ ବଡ଼ ସ୍ୱପ୍ନ । ରେଳବାଇ ଆଶା କରିଥିଲା ​​ଯେ ଅନେକ ବିକଶିତ ଦେଶର ରେଳ କମ୍ପାନୀ ଟେଣ୍ଡରରେ ପକାଇବେ । ଯାହା ଟ୍ରେନର ଗୁଣବତ୍ତା ଉନ୍ନତ କରିବ। ସେଥିପାଇଁ ରେଳବାଇ ଏହାର 'ଗ୍ଲୋବାଲ୍ ଟେଣ୍ଡର' ବାହାର କରିଥିଲା । କିନ୍ତୁ ଚୀନ୍ ବ୍ୟତୀତ ଅନ୍ୟ କୌଣସି କମ୍ପାନୀ ଟେଣ୍ଡରରେ ଅଂଶଗ୍ରହଣ କରିନଥିଲେ । କିନ୍ତୁ ଚାଇନାର କମ୍ପାନୀ CRRC ବିଡ୍ ଦାଖଲ କରିଥିଲା । ବର୍ତ୍ତମାନ ଚୀନ୍‌କୁ ଅର୍ଥନୈତିକ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଭାରତ ସରକାର ଟେଣ୍ଡର ରଦ୍ଧ କରିଛନ୍ତି।

ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା 15 ଫେବୃଆରୀ 2019ରେ ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଲଞ୍ଚ କରାଯାଇଥିଲା । ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀରୁ କାଟ୍ରା ପର୍ଯ୍ୟନ୍ତ ଚାଲିଥାଏ । ଏହାର ନାମ ପୂର୍ବରୁ T-18 ଥିଲା ଯାହା ଆଇସିଏଫ୍ ଚେନ୍ନାଇ ଦ୍ୱାରା ନିର୍ମିତ ହୋଇଥିଲା । ଏହି ଉଭୟ ଟ୍ରେନ୍ ସେଟ୍ ହେଉଛି 100% ମେକ୍ ଇନ୍ ଇଣ୍ଡିଆ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.