ETV Bharat / bharat

ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଗଲେ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ ନୁହେଁ

କେବଳ ହଟସ୍ପଟ ଓ କର୍ଫ୍ୟୁ ଅଞ୍ଚଳକୁ ଛାଡିଦେଲେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଉଥିବା ଲୋକମାନେ କ୍ବାରେନଣ୍ଟାଇନରେ ରହିବେ ନାହିଁ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

author img

By

Published : May 16, 2020, 11:07 AM IST

ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଗଲେ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ ନୁହେଁ
ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଗଲେ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ ନୁହେଁ

ଜୟପୁର: ରାଜ୍ୟ ଭିତରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଉଥିବା ଲୋକମାନଙ୍କ ପାଇଁ କ୍ବାରେନଣ୍ଟାଇନ ବ୍ୟବସ୍ଥା ବାଧ୍ୟତାମୂଳକ ନୂହେଁ । ଯଦି ସେହି ଅଞ୍ଚଳ କୋଭିଡ-19 ହସସ୍ପଟ କିମ୍ବା କର୍ଫ୍ୟୁ ଅଞ୍ଚଳ ହୋଇଥାଏ ତେବେ ସେହି ଅଞ୍ଚଳର ଲୋକମାନେ ହିଁ କେବଳ କ୍ବାରେନଣ୍ଟାଇନରେ ରହିବେ ବୋଲି କହିଛନ୍ତି ରାଜସ୍ଥାନ ସରକାର ।

ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ କ୍ବାରେନଣ୍ଟାଇନରେ ସେହିମାନଙ୍କ ପାଇଁ ଯେଉଁମାନଙ୍କର କାଶ, ଥଣ୍ଡା, ସ୍ବାଇନ ଫ୍ଲୁ ଭଳି ଲକ୍ଷଣ ଦେଖାଦେଉଛି । ସେ ଆହୁରି ମଧ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯ କୋରୋନା ଭାଇରସ ହଟସ୍ପଟ୍ ଏବଂ କର୍ଫ୍ୟୁ ଅଞ୍ଚଳକୁ ବାଦ ଦେଇ ରାଜ୍ୟର ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଉଥିବା ଲୋକଙ୍କୁ 14 ଦିନ ପାଇଁ କ୍ବାରେନଣ୍ଟାଇନ କରାଯିବା ଉଚିତ ନୁହେଁ ।

ଏହା ବ୍ୟତୀତ ସେ କହିଛନ୍ତି ଯେ ଭବାଡି ଏବଂ ନେମ୍ରାନା ପରି ଶିଳ୍ପାଞ୍ଚଳରେ ଦୈନନ୍ଦିନ ବ୍ୟବସାୟିକ କାର୍ଯ୍ୟକଳାପରେ ରାଜସ୍ଥାନକୁ ଆସୁଥିବା ଅନ୍ୟ ରାଜ୍ୟର ସୀମାନ୍ତ ଜିଲ୍ଲାର ଉଦ୍ୟୋଗୀ ଏବଂ ଶ୍ରମିକମାନଙ୍କୁ କ୍ବାରେନଣ୍ଟାଇନ କରାଯିବା ଉଚିତ ନୁହେଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ଫେସ୍ ମାସ୍କ ବ୍ୟବହାର କରିବା ଆରମ୍ଭ କଲେଣି । ଯାହା ଏକ ଭଲ ସଙ୍କେତ । ଏବେ ଲୋକମାନେ ଭୂତାଣୁ ବିଷୟରେ ସଚେତନ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବେ ଆମେ ଲକଡାଉନକୁ କୋହଳ କରିପାରିବା ଏବଂ ସାଧାରଣ ଜୀବନଯାପନକୁ ଫେରିପାରିବା ବୋଲି ସେ କହିଛନ୍ତି । ଏବେ ପ୍ରବାସୀ ଶ୍ରମିକଙ୍କୁ କ୍ବାରେନଣ୍ଟାଇନ କ୍ୟାମ୍ପରେ ଉତ୍ତମ ସୁବିଧା ସୁଯୋଗ ଦେବା ସରକାରଙ୍କ ଦାୟିତ୍ବ । ତେବେ ଏବେ ସୁଦ୍ଧା ରାଜସ୍ଥାନରେ 4589 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.