ଅମୃତସର: ପଞ୍ଜାବ ସରକାର ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ, ସମସ୍ତ ଧାର୍ମିକ ସ୍ଥଳରେ ପ୍ରସାଦ ବଣ୍ଟନ ସହ କମ୍ୟୁନିଟି କିଚେନକୁ ଅନୁମତି ମିଳିଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ସମୟରେ ସତର୍କତା ଓ ସମସ୍ତ ପ୍ରୋଟୋକଲକୁ ପାଳନ କରିବାକୁ ପଡିବ ।
ଗାଇଡଲାଇନରେ ବର୍ତ୍ତମାନ କମ୍ୟୁନିଟି କିଚେନ, ପ୍ରସାଦ ଓ ଲଙ୍ଗର ଦେବାକୁ ଅନୁମତି ଦିଆଯାଇଛି । ପ୍ରସାଦ ବିତରଣ ସମୟରେ ସାମାଜିକ ଦୂରତା ବଜାୟୀ ରଖିବାକୁ ପଡିବ । ସମସ୍ତ କୋଭିଡ ସ୍ୱଚ୍ଛତା ସାବଧାନତା ଅବଲମ୍ବନ କରିବାକୁ ପଡିବ।
ସୂଚନାଯୋଗ୍ୟ, ଦେଶରେ ଅନଲକ-1.0 ଲାଗୁ ହୋଇଛି । ଜୁନ 8 ତାରିଖରେ ଦେଶର ସମସ୍ତ ଧାର୍ମିକସ୍ଥଳୀ ଖୋଲିବାକୁ ଅନୁମତି ଦିଆଯାଇଛି । ଭିଡ ଦୃଷ୍ଟିରୁ ଦେଶର ଅନେକ ଅଞ୍ଚଳରେ ମନ୍ଦିର ଖୋଲିବାର ପ୍ରଥମ ଦିନରେ ମନ୍ଦିର, ମସଜିଦ ଆଦି ବନ୍ଦ ରଖିଥିଲେ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କୌଣସି ଧାର୍ମିକ ସ୍ଥଳୀ ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ସାନିଟାଇଜ ମଧ୍ୟ କରାଯାଇଥିଲା ।