ETV Bharat / bharat

ପଞ୍ଜାବରେ ଜୁନ୍ 30 ଯାଏଁ ଲକଡାଉନ

ମେ 17ରୁ 28 ଭିତରେ 36 ହଜାର 820 ଲୋକଙ୍କୁ ମାସ୍କ ପିନ୍ଧିନଥିବାରୁ ଫାଇନ ଜାରି ହୋଇଛି । ସେହିପରି ରାସ୍ତାରେ ଛେପ ପକାଇ 4032 ଲୋକ ଫାଇନ ଦେଇଛନ୍ତି । ଅଧିକ ପଢନ୍ତୁ...

ପଞ୍ଜାବରେ ଜୁନ୍ 30 ଯାଏଁ ଲକଡାଉନ
ପଞ୍ଜାବରେ ଜୁନ୍ 30 ଯାଏଁ ଲକଡାଉନ
author img

By

Published : May 31, 2020, 12:43 AM IST

ଅମ୍ରିତସର: ପଞ୍ଜାବରେ ଲକଡାଉନର ଅବଧି ପୁଣି ବଢିଛି । ମାସେ ଯାଏଁ ଲକଡାଉନ 5 ଲାଗୁ କରିଛନ୍ତି ରାଜ୍ୟ ସରକାର । ଜୁନ୍ 30 ଯାଏଁ ଲକଡାଉନର ପଞ୍ଚମ ପର୍ଯ୍ୟାୟ ଲାଗୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି ।

Punjab extends lockdown by 4 weeks
ପଞ୍ଜାବରେ ଜୁନ୍ 30 ଯାଏଁ ଲକଡାଉନ

ତେବେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁସାରେ କିଛି ସ୍ଥାନରେ କଟକଣା କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହେଲେ ଯେଉଁ ବ୍ୟକ୍ତି ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ନନେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ମେ 17ରୁ 28 ଭିତରେ 36 ହଜାର 820 ଲୋକଙ୍କୁ ମାସ୍କ ପିନ୍ଧିନଥିବାରୁ ଫାଇନ ଜାରି ହୋଇଛି । ସେହିପରି ରାସ୍ତାରେ ଛେପ ପକାଇ 4032 ଲୋକ ଫାଇନ ଦେଇଛନ୍ତି । ମୋଟ୍ 503ଟି ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି ।

ପଞ୍ଜାବରେ ଏବେ ଯାଏଁ 2233 କୋରୋନା ମାମଲା ସ୍ପଷ୍ଟ ହୋଇଛି । ସେଥିରୁ 222ଟି ଆକ୍ଟିଭ କେସ ଏବଂ 44 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1967 ଜଣ ସୁସ୍ଥ ହୋଇଛନ୍ତି । ଗୃହ ମନ୍ତ୍ରଣାଳୟ ଜୁନ୍ 1ରୁ 30 ଯାଏଁ ପଞ୍ଚମ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଘୋଷଣା କରିଛି । ଏହାପରେ ପଞ୍ଜାବ ଓ ମଧ୍ୟପ୍ରଦେଶ ନିଜ ରାଜ୍ୟରେ ଲକଡାଉନ ବୃଦ୍ଧି ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.