ETV Bharat / bharat

ପୁଣେରେ ନକଲି ନୋଟ କାରବାର; 87 କୋଟି ଟଙ୍କା ଜବତ, 6 ଗିରଫ - 87 crore seized, 6 arrested

ପୁଣେ ବିମାନବନ୍ଦର ଅଞ୍ଚଳରେ ନକଲି ଟଙ୍କା କାରବାର । ଜଣେ ସେନା ଅଧିକାରୀଙ୍କ ସମେତ 5 ଜଣଙ୍କୁ ଗିରଫ କରିଛି ପୁଣେ ପୋଲିସ କ୍ରାଇମ ବ୍ରାଞ୍ଚ ଅଧିକାରୀ । ଅଧିକ ପଢନ୍ତୁ...

ପୁଣେରେ ନକଲି ନୋଟ କାରବାର,  87 କୋଟି ଟଙ୍କା ଜବତ ସହ 6 ଗିରଫ

author img

By

Published : Jun 11, 2020, 4:44 PM IST

ମୁମ୍ବାଇ: ପୁଣେ ବିମାନବନ୍ଦର ଅଞ୍ଚଳରେ ନକଲି ଟଙ୍କା କାରବାର । ଜଣେ ସେନା ଅଧିକାରୀଙ୍କ ସମେତ 5 ଜଣଙ୍କୁ ଗିରଫ କରିଛି ପୁଣେ ପୋଲିସ କ୍ରାଇମ ବ୍ରାଞ୍ଚ ଅଧିକାରୀ । ଏହି ନକଲି ମୁଦ୍ରାର ମୁଲ୍ୟ ଅତି କମରେ 87 କୋଟି ଟଙ୍କା। ଏନେଇ ବୁଧବାର ସଂନ୍ଧ୍ୟାରେ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପୁଣେ ପୋଲିସ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ (MI) ଦ୍ୱାରା ଏହି ମିଳିତ ଅପରେସନ ହୋଇଥିଲା । ଅଧିକାରୀଙ୍କ କହିବାନୁସାରେ, ନକଲି ନୋଟ୍ ଗଣିବା ଅପରେସନ୍ ଏବେ ବି ଜାରି ଅଛି ।

ଗିରଫ ହୋଇଥିବା 6 ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ସେନା ଯବାନ ଶେଖ ଆଲିମ ଗୁଲାବ ଖାନ, ସାଧାରଣ ନାଗରିକ ସୁନୀଲ ବଦ୍ରିନାରାୟଣ ସାରଦା, ରିତେଶ ରତ୍ନାକର, ତୁଫେଲ ଅହମ୍ମଦ ମହମ୍ମଦ ଇସକ୍ ଖାନ, ଅବଦୁଲ ଗାନି ରେହମତୁଲ୍ଲା ଖାନ, ଅବଦୁଲ ରେହମାନ ଅବଦୁଲ ଗାନି ଖାନ ବୋଲି ଜଣାପଡିଛି। ଜବତ ହୋଇଥିବା ନୋଟ ମଧ୍ୟରୁ ଅଧିକାଂଶ ନୋଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଦଳରେ ‘ଚାଇଲ୍ଡ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଷ୍ଟାମ୍ପ ଦିଆଯାଇଥିବା ପୋଲିସ ବିବୃତ୍ତିରେ କୁହାଯାଇଛି। ଏହି ନକଲି ନୋଟ ମଧ୍ୟରେ 1000 ଟଙ୍କିଆ ମଧ୍ୟ ଥିଲା, ଯାହା 2016 ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଚଳ କରାଯାଇଥିଲା। ଏପରିକି ଆମେରିକୀୟ ଡଲାରର ବଣ୍ଡଲରେ, ପ୍ରଥମ ନୋଟ୍ ଅସଲି, ବାକିଗୁଡିକ ନକଲି |

ବିମାନବନ୍ଦର ନିକଟରେ ଥିବା ଏକ ବଙ୍ଗଳାରେ ଏହି ର୍ୟାକେଟ୍ ଆରମ୍ଭ ହୋଇଥିଲା। ସେଠାରେ ସେମାନେ ନକଲି ନୋଟ୍ ଛପୁ ଥିଲେ | ବଙ୍ଗଳାରୁ ଲୁଚି ରହିଥିବା କ୍ୟାମେରା, ଦୁଇଟି ବନ୍ଧୁକ, କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟିଂ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ। ଏହି ସମସ୍ତ ନୋଟ୍ ଗୁଡିକ ବଙ୍ଗଳାର ଏକ କୋଠରୀରେ ରଖାଯାଇଥିଲା | ଏଥିରେ ଦୁଇ ହଜାର, ପାଞ୍ଚ ଶହ, ହଜାରେ ଟଙ୍କା, ବିଦେଶୀ ମୁଦ୍ରାର ପୁରୁଣା ନୋଟ ମଧ୍ୟ ରହିଛି । ତେବେ ନକଲି ମୁଦ୍ରାର ଉତ୍ସ ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.