ଚଣ୍ଡୀଗଡ: ଜଜ କ୍ରିଷ୍ଣାକାନ୍ତ ଶର୍ମାଙ୍କ ପତ୍ନୀ ଓ ପୁଅ ହତ୍ୟା ମାମଲାରେ ଦୋଷୀ ମହିପାଲକୁ ଫାଶୀ ଦଣ୍ଡାଦେଶ ହୋଇଛି । ଶୁକ୍ରବାର ମାମଲାର ଶୁଣାଣୀ କରି ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ଏହି ମାମଲାକୁ ବିଚାର କରି ଅତିରିକ୍ତ ସେସନ୍ସ ଜଜ ସୁଧୀର ପାରମର ଦୋଷୀକୁ ଫାଶୀଦଣ୍ଡ ଦେଇଛନ୍ତି । ଦୋଷୀ ବିରୋଧରେ ହତ୍ୟା, ମିଥ୍ୟା ସୂଚନା ପ୍ରଦାନ ଓ ଆର୍ମସ ଆକ୍ଟ ଭଳି ଅନେକ ସଙ୍ଗୀନ ଦଫା ଲଗାଯାଇଥିଲା । ମାମଲାରେ 64 ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଯାଇଥିଲା ବେଳେ ଏହି ମାମଲା 2 ମାସ 5 ମାସ ଧରି କୋର୍ଟରେ ବିଚାରଧୀନ ଥିଲା ।
ଗତ 2018 ମସିହା ଅକ୍ଟୋବର 13 ତାରିଖରେ ଗୁରୁଗ୍ରାମର ସେକ୍ଟର 49ର ଆର୍କାଡିଆ ମାର୍କେଟରେ ଜଜ କ୍ରିଷ୍ଣାକାନ୍ତ ଶର୍ମାଙ୍କ ପତ୍ନୀ ରିତୁ ଓ ପୁଅ ଧ୍ରୁବକୁ ହତ୍ୟାକରାଯାଇଥିଲା । ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ନିଜ ସର୍ଭିସ ରିଭଲଭରରେ ସେମାନଙ୍କୁ ଗୁଳିକରି ହତ୍ୟାକରିଥିଲେ ।