ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ମର୍ମାହତ ପ୍ରିୟଙ୍କା ଗାନ୍ଧୀ

author img

By

Published : Dec 1, 2019, 10:35 AM IST

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପଶୁ ଡାକ୍ତରଙ୍କ ସହ ହୋଇଥିବା  ଗଣଦୁଷ୍କର୍ମ ଏବଂ ବୀଭତ୍ସ ହତ୍ୟାକାଣ୍ଡରେ ମର୍ମାହତ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏଭଳି ଘଟଣା ବିରୋଧରେ କେବଳ ସ୍ବର ଉତ୍ତୋଳନ କରିବା ଆବଶ୍ୟକ ନୁହେଁ ବରଂ ଏହା ବିରୋଧରେ ଆମକୁ କଡା ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି ।

priyanka-gandhi
ଫାଇଲ ଫଟୋ

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପଶୁ ଡାକ୍ତରଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ବୀଭତ୍ସ ହତ୍ୟା କାଣ୍ଡ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ପରେ ପୀଡିତାଙ୍କ ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ତେବେ ମହିଳା ଡାକ୍ତରଙ୍କ ସହ ହୋଇଥିହା ଏଭଳି ବୀଭତ୍ସ କାଣ୍ଡରେ ମର୍ମାହତ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏଭଳି ଘଟଣା ବିରୋଧରେ କେବଳ ସ୍ବର ଉତ୍ତୋଳନ କରିବା ଆବଶ୍ୟକ ନୁହେଁ ବରଂ ଏହା ବିରୋଧରେ ଆମକୁ କଡା ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି ।

ପ୍ରିୟଙ୍କା ଟ୍ବିଟ କରି କହିଛନ୍ତି, ‘ହାଇଦ୍ରାବାଦ ଏବଂ ଉତ୍ତର ପ୍ରଦେଶର ସମ୍ଭଲରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣାରେ ମୁଁ ମର୍ମାହତ । ନିଜ କ୍ରୋଧ ପ୍ରକାଶ କରିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ । ଏଭଳି ଘଟଣା ବିରୋଧରେ କେବଳ ସ୍ବର ଉତ୍ତୋଳନ କରିବା ଆବଶ୍ୟକ ନୁହେଁ ବରଂ ଏହା ବିରୋଧରେ ଆମକୁ କଡା ପଦକ୍ଷେପ ନେବା ଉଚିତ । ପରିବର୍ତ୍ତନ ପାଇଁ, ହିଂସା ବିରୋଧରେ ସ୍ବର ଉଠାଇବା ପାଇଁ, ପ୍ରତିଦିନ ମହିଳାଙ୍କ ସହ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଆମକୁ ମାନସିକ ପରିବର୍ତ୍ତନର ଆବଶ୍ୟକତା ରହିଛି ।’

ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ହାଇଦ୍ରାବାଦରେ ଯାହା ବି ହେଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଏଭଳି କୃରତାକୁ ସମ୍ପୂର୍ଣ୍ଣ ରୂପରେ ଶେଷ କରିବା ପାଇଁ ଆମକୁ କଡା ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ଦୁର୍ବୃତ୍ ମାନେ ମହିଳା ଡାକ୍ତରଙ୍କୁ ଅପହରଣ କରିବା ପରେ ତାଙ୍କ ସହ ଗଣଦୁଷ୍କର୍ମ ଏବଂ ପରେ ହତ୍ୟା କରିଥିଲେ । ହତ୍ୟା ପରେ ଦୁର୍ବୃତ୍ତ ମାନେ ପୀଡିତାଙ୍କୁ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.