ETV Bharat / bharat

ସରକାରୀ ବଙ୍ଗଳା ଛାଡି ଗୁରୁଗ୍ରାମ ସିଫ୍ଟ ହେବେ ପ୍ରିୟଙ୍କା ଗାନ୍ଧୀ - priyanka gandhi

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଚଳିତ ମାସ ଶେଷ ପୂର୍ବରୁ ନୂଆଦିଲ୍ଲୀର ଲୋଧି ଇଷ୍ଟେଟ୍ 35ର ସରକାରୀ ବଙ୍ଗଳା ଖାଲି କରିବେ ଓ ଗୁରୁଗ୍ରାମର ସେକ୍ଟର 42 ସ୍ଥିତ DLF ଅରାଲିଆରେ ଘରକୁ ସ୍ଥାନାନ୍ତର ହେବେ।

ଗୁରୁଗ୍ରାମ ସିଫ୍ଟ କରିବେ ପ୍ରିୟଙ୍କା ଗାନ୍ଧୀ
ଗୁରୁଗ୍ରାମ ସିଫ୍ଟ କରିବେ ପ୍ରିୟଙ୍କା ଗାନ୍ଧୀ
author img

By

Published : Jul 22, 2020, 5:05 PM IST

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଚଳିତ ମାସ ଶେଷ ପୂର୍ବରୁ ନୂଆଦିଲ୍ଲୀର ଲୋଧି ଇଷ୍ଟେଟ୍ 35 ର ସରକାରୀ ବଙ୍ଗଳା ଖାଲି କରିବେ ଓ ଗୁରୁଗ୍ରାମର ସେକ୍ଟର 42 ସ୍ଥିତ DLF ଅରାଲିଆରେ ଘରକୁ ସ୍ଥାନାନ୍ତର ହେବେ। ତେବେ ପ୍ରିୟଙ୍କା କିଛି ଦିନ ପାଇଁ ଗୁରୁଗ୍ରାମରେ ରହିବେ।

ସୂଚନାନୁଯାୟୀ, ଗୁରୁଗ୍ରାମ ଘରେ ଅଧିକାଂଶ ଜିନିଷ ସିଫ୍ଟ ସରିଛି । ସେଠାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ Z + ବର୍ଗର ସୁରକ୍ଷା ରହିଛି । ବର୍ତ୍ତମାନ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନକୁ ଦିଲ୍ଲୀରେ ରାଜନୈତିକ ବୈଠକ ପାଇଁ ବ୍ୟବହାର କରିବେ।

ଏସପିଜି ସୁରକ୍ଷାକୁ ଦୃଷ୍ଟିରେ ରଖି 1997 ମସିହାରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନୂଆଦିଲ୍ଲୀର ଲୋଧି ଇଷ୍ଟେଟର 35 ନମ୍ବର ସରକାରୀ ବଙ୍ଗଳା ମିଳିଥିଲା ​​କିନ୍ତୁ ଗତ ବର୍ଷ ଏସପିଜି ସୁରକ୍ଷାକୁ ହଟାଇ ଦିଆଯାଇଥିଲା। ଏସପିଜି ସୁରକ୍ଷା ହଟାଇବା ପରେ 1 ଜୁଲାଇରେ କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ସେମାନଙ୍କୁ 31 ଜୁଲାଇ ଅର୍ଥାତ ଏକ ମାସ ମଧ୍ୟରେ ସରକାରୀ ଘର ଖାଲି କରିବାକୁ ନୋଟିସ୍ ଦେଇଥିଲା।

ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର ନୋଟିସ ପାଇବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ପ୍ରଧାନମନ୍ତ୍ରୀଙ୍କୁ ବାସଭବନ ପାଇଁ ଅନୁରୋଧ କରାଯାଇଥିବା କଥାକୁ ମିଥ୍ୟା ବୋଲି କହି ଖୁବ ଶୀଘ୍ର ସେ ବାସଭବନ ଖାଲି କରୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.