ETV Bharat / bharat

ମୁଖ୍ୟମନ୍ତ୍ରୀ ରେସରେ ପ୍ରିୟଙ୍କା, ୟୁପିରେ ରହି ରାଜନୀତି କରିବାକୁ ଦେଲେ ସୂଚନା

author img

By

Published : Oct 14, 2020, 6:49 PM IST

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଙ୍କେତ ଦେଇ କହିଛନ୍ତି, ବିଧାନସଭା ନିର୍ବାଚନରେ ସେ ​ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି।

ପ୍ରିୟଙ୍କା ଗାନ୍ଧୀ ହୋଇପାରନ୍ତି ୟୁପି ମୁଖ୍ୟମନ୍ତ୍ରୀ ପାର୍ଥୀ !

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କଂଗ୍ରେସ ଆଧାରକୁ ମଜବୁତ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଙ୍କେତ ଦେଇ କହିଛନ୍ତି, ବିଧାନସଭା ନିର୍ବାଚନରେ ସେ ​ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଉତ୍ତର ପ୍ରଦେଶରେ କଂଗ୍ରେସ ଏକ ଦୃଢ ବିକଳ୍ପ ହେବା ଆମର ପ୍ରୟାସ।

ଏଥିସହ ସେ କହିଛନ୍ତି, ଆମେ ସମସ୍ତ ପ୍ରସଙ୍ଗ ଉଠାଇଛୁ। ଯେଉଁଠାରେ ବି ଅନ୍ୟାୟ ଘଟିଛି ସେଠାକୁ ଆମେ ଯାଇଛୁ ଏବଂ ଆନ୍ଦୋଳନ କରିଛୁ । ଲକଡାଉନ୍ ସମୟରେ ଆମେ ଏକ ରିଲିଫ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲୁ । ଭବିଷ୍ୟତରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ।

ସେ ଆହୁରି ମଧ୍ୟ କହିଛନ୍ତି, ଆମର ପ୍ରୟାସ ଚଳିତ ବର୍ଷ ଶେଷ ସୁଦ୍ଧା ଉତ୍ତରପ୍ରଦେଶର 60 ହଜାର ଗାଁରେ ଆମର କାର୍ଯ୍ୟକର୍ତ୍ତା ରହିବା ଉଚିତ୍। 2021ରେ କଂଗ୍ରେସ ରାଜ୍ୟରେ ଏକ ଶକ୍ତିଶାଳୀ ସଂଗଠନ ଭାବରେ ଛିଡା ହେବ।

ଉତ୍ତରପ୍ରଦେଶ ରାଜନୀତି ଦିଲ୍ଲୀରୁ ଚାଲିପାରିବ ନାହିଁ। ସେଥିପାଇଁ ଆମେ ବାରମ୍ବାର ଉତ୍ତରପ୍ରଦେଶ ଯାଉ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀପତ୍ର ପ୍ରସଙ୍ଗରେ ପଚରା ଯିବାରୁ ସେ କହିଛନ୍ତି, ଯଦି ଏହା ନିଷ୍ପତ୍ତି ନିଆଯାଏ ତେବେ ଆପଣ ଜାଣିପାରିବେ।

ଏପଟେ ବହୁଚର୍ଚ୍ଚିତ ହାଥରସ ଘଟଣାକୁ ନେଇ ସେ ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ଡିଏନଡି ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସେ କହିଛନ୍ତି, କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆମକୁ ଲଢିବାକୁ ପଡିବ। ତେବେ 2022ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.