ETV Bharat / bharat

ଦେଉଥିଲେ ନକଲି କୋରୋନା ନେଗେଟିଭ ରିପୋର୍ଟ, ବାନ୍ଧି ନେଲା ପୋଲିସ

ମିଥ୍ୟା କୋରୋନା ନେଗେଟିଭ ରିପୋର୍ଟ ଦେଉଥିବା ଅଭିଯୋଗରେ ନର୍ସିଂହୋମ ସିଲ୍ । କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ । ଜାଣନ୍ତୁ କେଉଁଠି ଘଟିଛି ଏଭଳି ଘଟଣା...

ଦେଉଥିଲେ ମିଥ୍ୟା କୋରୋନା ନେଗେଟିଭ ରିପୋର୍ଟ, ବାନ୍ଧି ନେଲା ପୋଲିସ

author img

By

Published : Jul 6, 2020, 2:07 PM IST

ଲକ୍ଷ୍ନୌ: କୋରୋନାକୁ ନେଇ ସମଗ୍ର ବିଶ୍ବ ଆତଙ୍କିତ । ରିପୋର୍ଟ ପଜିଟିଭ ଆସିବା ମାତ୍ରେ ଖେଳି ଯାଉଛି ଆତଙ୍କ । ଏପରିସ୍ଥିତିରେ ଉତ୍ତରପ୍ରଦେଶର ମେରଟ ଜିଲ୍ଲାରୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । ମାତ୍ର କିଛି ଟଙ୍କାରେ ମିଳୁଛି କୋରୋନା ନେଗେଟିଭ ରିପୋର୍ଟ । ଏକ ଘରୋଇ ନର୍ସିଂହୋମରୁ ଚାଲିଛି ଏଭଳି କାରବାର ।

ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ମେରଟ ଥିବା ଏକ ଘରୋଇ ନର୍ସିଂହୋମର କର୍ମଚାରୀ ଟଙ୍କା ବଦଳରେ କୋରୋନା ନେଗେଟିଭ ରିପୋର୍ଟ ଦେଉଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ସହ ନର୍ସିଂହୋମର ଲାଇସେନ୍ସ ବାତିଲ କରି ଦିଆଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲା ପ୍ରଶାସନର କହିବା ଅନୁଯାୟୀ, ଉକ୍ତ କର୍ମଚାରୀ 2500 ଟଙ୍କା ବଦଳରେ କୋରୋନା ନେଗେଟିଭ ରିପୋର୍ଟ ପ୍ରଦାନ କରୁଥିଲେ । ଏପରିକି ଜଣେ ବ୍ୟକ୍ତି ତାଙ୍କୁ 2 ହଜାର ଟଙ୍କା ପ୍ରଦାନ କରି ବାକି 5ଶହ ଟଙ୍କା ପରେ ଦେବାକୁ କହୁଥିବା ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହି ଘଟଣା ଜଣାପଡିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ ।

ସୂଚନା ଅନୁଯାୟୀ, ବର୍ତ୍ତମାନ ମେରଟରେ 1117 କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ 69ଜଣ ପ୍ରାଣ ହରାଇଛନ୍ତି । କୋରୋନା ଚିନ୍ତା ଜନକ ଥିବାବେଳେ ଘରୋଇ ନର୍ସିଂହୋମର ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.