ETV Bharat / bharat

ରବିବାର ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ରବିବାର ଭିଡିଓ କନଫରେନ୍ସି ଯୋଗେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଉପସ୍ଥିତ ରହିବେ ଜାତୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 8, 2020, 9:38 PM IST

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ( ରବିବାର) ଭାରତୀୟ ଜନତା ପାର୍ଟି ( ବିଜେପି) ଦଳୀୟ କାର୍ଯ୍ୟକ୍ରମକୁ ବିସ୍ତାର କରିବ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆଣ୍ଡାମାନ ଓ ନିକୋବରର ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ । କାର୍ଯ୍ୟକ୍ରମରେ ଦଳର ଜାତୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସହ ଜାତୀୟ ସମ୍ପାଦକ ମଧ୍ୟ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରୁ ଦଳର ନୂଆ ଅଭିଯାନ ଆରମ୍ଭ ହେବ ।

ବିଶେଷ କରି ଆଣ୍ଡମାନ ଓ ନିକୋବରର ସମସ୍ୟା ଲୋକଙ୍କ ପାଇଁ ସରକାରୀ ଯୋଜନାର କାର୍ଯ୍ୟକାରୀତା ଉପରେ ସ୍ଥାନୀୟ ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ସିଧା ସଳଖ ଆଲୋଚନା କରିବେ । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସେମାନଙ୍କ ଠାରୁ ସିଧା ସଳଖ ପ୍ରସ୍ତାବ ମାଗିବେ ।

ସେହିପରି କାର୍ଯ୍ୟକ୍ରମରେ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଦଳର କାର୍ଯ୍ୟକ୍ରମ ଓ ଲୋକଙ୍କ ପାଇଁ ଦାୟିତ୍ବ ନେଇ ପରାମର୍ଶ ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.