ETV Bharat / bharat

ଟ୍ରମ୍ପଙ୍କ ସ୍ବାଗତ ପାଇଁ ଫୁଲରେ ସଜେଇ ହୋଇଛି ଦିଲ୍ଲୀ - ଦିଲ୍ଲୀରେ ଟ୍ରମ୍ପ

ମଙ୍ଗଳବାର ଦିଲ୍ଲୀରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ରାଜଧାନୀ ଦିଲ୍ଲୀର ଭିଆଇପି ଜୋନ କୁହାଯାଉଥିବା ଲୁଟିୟନ ଜୋନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଭଳିକି ଭଳି ଫୁଲରେ ସଜେଇ ହୋଇଛି । ଅଧିକ ପଢନ୍ତୁ...

ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ବାଗତ ପାଇଁ ଫୁଲରେ ସଜେଇ ହୋଇ ପ୍ରସ୍ତୁତ ଦିଲ୍ଲୀ

author img

By

Published : Feb 24, 2020, 7:43 PM IST

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଗୁଜରାଟର ଅହମଦାବାଦରେ ଆୟୋଜିତ ହୋଇଥିବା 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମ ସାରି ଟ୍ରମ୍ପ ପରିବାର ସହ ଉତ୍ତରପ୍ରଦେଶ ଆଗ୍ରା ତାଜମହଲ ଗସ୍ତ କରିଛନ୍ତି । ଏହାପରେ ସେ ରାଜଧାନୀ ଦିଲ୍ଲୀ ଗସ୍ତ କରିଛନ୍ତି । ମଙ୍ଗଳବାର ଦିଲ୍ଲୀରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ରାଜଧାନୀ ଦିଲ୍ଲୀର ଭିଆଇପି ଜୋନ କୁହାଯାଉଥିବା ଲୁଟିୟନ ଜୋନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଭଳିକି ଭଳି ଫୁଲରେ ସଜେଇ ହୋଇଛି ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ବାଗତ ପାଇଁ ଫୁଲରେ ସଜେଇ ହୋଇ ପ୍ରସ୍ତୁତ ଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ଲୁଟିୟନ ଜୋନରେ ବଡ ବଡ ପ୍ରାଙ୍ଗଣରେ ରଙ୍ଗ ବେରଙ୍ଗର , ରଙ୍ଗୀନ ଗଛ ଲଗାଇ ସାଜସଜ୍ଜାକୁ ନୂଆ ରୂପ ଦିଆଯାଇଛି । ରାସ୍ତା କଡ ଓ ଛକ ମାନଙ୍କର ଗୋଲାକୃତି ସ୍ଥାନରେ ବିଭିନ୍ନ ପ୍ରକାର ଫୁଲରେ ସଜା ଯାଇଛି ।

ପେଟୁନିଆ, ଟ୍ବୁଲିପ, କୈଲେଂଡୁଲା, ଡାଲିଆ ଫୁଲ ଆଦି ନାନା ପ୍ରକାର ଦେଶୀ ବିଦେଶୀ ଫୁଲ ଗଛ ଲଗାଯାଇଛି । ଏହାସହ ଅତ୍ୟନ୍ତ ସୁନ୍ଦରତାର ସହ ଏହି ସବୁ ଫୁଲଗଛକୁ ସଜାଯାଇଛି । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଲୁଟିୟନ ଜୋନ ଏକ ବିଶାଳ ପୁଷ୍ପ ବାଟିକା ଭ୍ରମ ସୃଷ୍ଟି କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.