ETV Bharat / bharat

ନିମୋକୋକସ ଭ୍ୟାକ୍ସିନ ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ - ନିମୋନିଆ ରୋଗର କାରକ

ନିମୋକୋକସ ଭ୍ୟାକ୍ସିନ ଭାରତର ଉତ୍ପାଦ ଅଟେ । ଏହି ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ଅଟେ । ଅଧିକ ପଢନ୍ତୁ...

ନିମୋକୋକସ ଭ୍ୟାକ୍ସିନ
ନିମୋକୋକସ ଭ୍ୟାକ୍ସିନ
author img

By

Published : Feb 2, 2021, 8:06 AM IST

ହାଇଦ୍ରାବାଦ: ଗତକାଲି ଦେଶରେ ଐତିହାସିକ 2021-22 ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନ ସମୟରେ ନିମୋକୋକାଲ ଭ୍ୟାକ୍ସିନ ବିଷୟରେ ମତ ରଖି ଅର୍ଥମନ୍ତ୍ରୀ କହିଛନ୍ତି ଏହି ଭ୍ୟାକ୍ସିନ ଭାରତର ଉତ୍ପାଦ । ବର୍ତ୍ତମାନ ଏହା କେବଳ ପାଞ୍ଚଟି ରାଜ୍ୟରେ ଉପଲବ୍ଧ ହେଉଛି । ପରେ ଏହା ସାରା ଦେଶରେ ଉପଲବ୍ଧ ହେବ । ନିମୋନିଆରେ ବାର୍ଷିକ 50ହଜାର ଶିଶୁ ମୃତ୍ୟୁ ହାରକୁ କମ କରିବ ଏହି ଭ୍ୟାକ୍ସିନ ।

ନିମୋକୋକସ ଜୀବାଣୁ କଣ?

.ଏହି ଜୀବାଣୁ ନିମୋକୋକୋସ ବା ନିମୋନିଆ ରୋଗର କାରକ ଅଟେ । ଏହା ଏକ ସାଧାରଣ ସଂକ୍ରମଣ କିନ୍ତୁ ଏହା ବେଳେବେଳେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ବିଶେଷ କରି ଶିଶୁମାନେ ନିମୋନିଆ ରୋଗରେ ରକ୍ତ ସଂକ୍ରମଣ,କାନ ସଂକ୍ରମଣ ଓ ମେନଞ୍ଜାଇଟିସର ଶିକାର ହୋଇଥାନ୍ତି ।

. ନିମୋକୋକାଲ ସଂକ୍ରମଣ ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଦ୍ବାରା ହୋଇଥାଏ । ଏହି ସଂକ୍ରମଣ କାହାକୁ ବି ହୋଇପାରେ । ବିଶେଷ କରି ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଶିଶୁମାନେ ଏହି ରୋଗର ଶିକାର ହୋଇଥାନ୍ତି ।

.ଆମେ ସାଧାରଣତଃ ନିମୋନିଆ ବିଷୟରେ ଶୁଣିଥିବା, ଯାହା ଫୁସଫୁସ ଉପରେ ପ୍ରଭାବ ପକାଇଥାଏ । ନିମୋକୋକସ ନିମୋନିଆର ମୁଖ୍ୟ କାରଣ ଅଟେ ।

.ନିମୋନିଆ ଓ ନିମୋକୋକସ ଛଡା ଏହି ଜୀବଣୁ ପାଇଁ ଅନ୍ୟ କେତେକ ସଂକ୍ରମଣ ହୋଇଥାଏ ଯେପରି କାନ ସଂକ୍ରମଣ, ସାଇନସ ସଂକ୍ରମଣ, ମସ୍ତିଷ୍କ ଓ ମେରୁଦଣ୍ଡ ଉପରେ ପ୍ରଭାବ ପକାଇଥାଏ ।

.ଏହି ଜୀବାଣୁ ମଣିଷ ଶରୀରର କେତେକ ଅଂଶକୁ ଆକ୍ରମଣ କରିଥାନ୍ତି । ଉଦାହରଣ ସୂରୁପ ଏହା ମଣିଷର ମୁଣ୍ଡ ମେରୁଦଣ୍ଡକୁ ଆକ୍ରମଣ କରିଥାନ୍ତି । ନିମୋନିଆରେ ଆକ୍ରାନ୍ତ ହେଲେ ସ୍ବାସ୍ଥ୍ୟ ଗୁରୁତର ହୋଇଥାଏ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

ନିମୋକୋକସ ଭ୍ୟାକ୍ସିନ କଣ?

. ନିମୋନିଆରୁ ରକ୍ଷା ପାଇବାକୁ ହେଲେ ନିମୋକୋକସ ଭ୍ୟାକ୍ସିନ ହେଉଛି ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ଅଟେ ।

.ଏହି ଭ୍ୟାକ୍ସିନ ଛଅ ସପ୍ତାହର ଶିଶୁ, 14 ସପ୍ତାହ ଓ 9ମାସର ଶିଶୁଙ୍କୁ ଦିଆଯାଇଥାଏ ।

. ଏହି ମହଙ୍ଗା ଭ୍ୟାକ୍ସିନ ଭାରତର ଘରୋଇ ମାର୍କେଟରେ ଉପଲବ୍ଧ ହେଉଛି ।

.ଏହି ଭ୍ୟାକ୍ସିନ 2017ରୁ ୟୁନିଭରସାଲ ଟୀକାକରଣ କାର୍ଯ୍ୟକ୍ରମ ଦ୍ବାରା ଉତ୍ତରପ୍ରଦେଶର ଛଅଟି ଜିଲ୍ଲା ବିହାର, ହିମାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶ ଓ ରାଜସ୍ଥାନର ନଅଟି ଜିଲ୍ଲାରେ ଉପଳବ୍ଧ ହେଉଛି ।

ଗତକାଲି ଉପସ୍ଥାପିତ ହୋଇଥିବା ବଜେଟରେ ସ୍ବାସ୍ଥ୍ୟ ପାଇଁ 2.23ଲକ୍ଷ କୋଟିର ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.