ETV Bharat / bharat

ଭାରତ ଜାଗାରେ ଚୀନର ଦଖଲ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଚାହିଁଲେ ସୋନିଆ - ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଚାହିଁଲେ ସୋନିଆ

ଲଦାଖର ଗଲଓ୍ବାନ ଉପତ୍ୟକାରେ 20 ଭାରତୀୟ ଯବାନଙ୍କ ଶହୀଦ ହେବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରଶ୍ନ । ଚୀନ କିପରି ଆମ ଜାଗାକୁ ଅକ୍ତିଆର କଲା, ଏନେଇ ପ୍ରଧନମନ୍ତ୍ରୀ ସାମ୍ନାକୁ ଆସି ଉତ୍ତର ରଖନ୍ତୁ କହିଲେ ସୋନିଆ । ଅଧିକ ପଢନ୍ତୁ...

ଭାରତ ଜାଗାରେ ଚୀନର ଦଖଲ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଚାହିଁଲେ ସୋନିଆ

author img

By

Published : Jun 17, 2020, 5:45 PM IST

ନୂଆଦିଲ୍ଲୀ: ଲଦାଖର ଗଲଓ୍ବାନ ଉପତ୍ୟକାରେ 20 ଭାରତୀୟ ଯବାନଙ୍କ ଶହୀଦ ହେବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଏହାସହ ଏହି ଘଟଣା ଉପରେ ପ୍ରଧାନମନ୍ତ୍ରୀ ଆଗକୁ ଆସି ଉତ୍ତର ରଖନ୍ତୁ ବୋଲି କହିଛନ୍ତି ସୋନିଆ ।

ଭାରତ ଜାଗାରେ ଚୀନର ଦଖଲ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଚାହିଁଲେ ସୋନିଆ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ ଗଲଓ୍ବାନ ଘାଟିରେ ହିଂସାକୁ ନେଇ ସାରା ଦେଶରେ ଏକ ଆକ୍ରୋଶର ବାତାବରଣ ରହିଛି । ତେବେ ଆମର 20 ଯବାନ କିପରି ପ୍ରାଣ ହରାଇଲେ ଏବଂ ଚୀନ କିପରି ଆମ ଜାଗାକୁ ଅକ୍ତିଆର କଲା, ଏନେଇ ପ୍ରଧନମନ୍ତ୍ରୀ ସାମ୍ନାକୁ ଆସି ଉତ୍ତର ରଖନ୍ତୁ ।

କେନ୍ଦ୍ରରେ ଏନଡିଏ ସରକାରକୁ ଟାର୍ଗେଟ କରିବା ସହ ଆମର ସୈନିକ ଓ ଅଧିକାରୀମାନେ ନିଖୋଜ ଅଛନ୍ତି କି, କେତେ ସୈନିକ ଗୁରୁତର ଆହତ ହୋଇଛନ୍ତି ଓ ଚୀନ କେଉଁ ଅଞ୍ଚଳ ଦଖଲ କରିଛି ଏବଂ ଏହାର ମୁକାବିଲା ପାଇଁ କେନ୍ଦ୍ରର ନୀତି କଣ ରହିଛି ବୋଲି ସୋନିଆ ଗାନ୍ଧୀ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷେ 20 ଭାରତୀୟ ଯବାନଙ୍କ ଶହୀଦ ଘଟଣା ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଇଥିବା ସୋନିଆ କହିଛନ୍ତି । ଏହାସହ ସେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିବାବେଳେ ଘଟଣା ଉପରେ ନିଜର ସମ୍ବେଦନା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.