ETV Bharat / bharat

93 ବର୍ଷରେ ପାଦ ଦେଲେ ଆଡଭାନୀ; ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ - pm narendra modi wishes to lk advani

93 ବର୍ଷରେ ପାଦ ଦେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଏହି ଅବସରରେ ତାଙ୍କର ଦୀର୍ଘାୟୁ ପାଇଁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ପୂର୍ଣ୍ଣ ପଢନ୍ତୁ..

93 ବର୍ଷରେ ପାଦ ଦେଲେ ଆଡଭାନୀ, ଟ୍ବଟି ଯୋଗେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Nov 8, 2020, 9:57 AM IST

Updated : Nov 8, 2020, 11:43 AM IST

ନୂଆଦିଲ୍ଲୀ: 93 ବର୍ଷରେ ପାଦ ଦେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ ଯୋଗେ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ ପାଇଁ କାମନା କରିଛନ୍ତି । ଆଡଭାନୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହ ମନ୍ତ୍ରୀ ଅମିସ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ପ୍ରମୁଖ ପହଞ୍ଚି ଆଡଭାନୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ କେକ୍‌ କାଟି ଜନ୍ମଦିନ ପାଳିଛନ୍ତି ।

93 ବର୍ଷରେ ପାଦ ଦେଲେ ଆଡଭାନୀ; ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଏନେଇ ଟ୍ବିଟ କରି କହିଛନ୍ତି, ଲୋକମାନଙ୍କ ନିକଟରେ ଦେଶର ବିକାଶରେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସମ୍ମାନିତ ଏଲ.କେ ଆଡଭାନୀ ଜୀଙ୍କୁ ଅନେକ ଅନେକ ଅଭିନନ୍ଦନ । ଲକ୍ଷ ଲକ୍ଷ ଦଳୀୟ କର୍ମୀ ତଥା ଦେଶବାସୀଙ୍କ ପାଇଁ ସେ ପ୍ରତ୍ୟକ୍ଷ ପ୍ରେରଣା । ମୁଁ ତାଙ୍କର ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ।

93 ବର୍ଷରେ ପାଦ ଦେଲେ ଆଡଭାନୀ, ଟ୍ବଟି ଯୋଗେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
93 ବର୍ଷରେ ପାଦ ଦେଲେ ଆଡଭାନୀ, ଟ୍ବଟି ଯୋଗେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭାରତର ରାଜନୀତିକୁ ନୂଆ ଧାରା ଦେଇଥିବା ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବିଜେପିର ଭୀଷ୍ମ ପିତାମହ ଭାବରେ ବେଶ ଜଣାଶୁଣା । ବରିଷ୍ଠ ବିଜେପି ନେତା ତଥା ଦେଶର ସପ୍ତମ ଉପ-ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ 8 ନଭେମ୍ବର 1927 ରେ ପାକିସ୍ତାନର କରାଚିରେ ଏକ ହିନ୍ଦୁ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କିଶାନଚାନ୍ଦ ଆଡଭାନୀ ଏବଂ ମାତାଙ୍କ ନାମ ଜିଆନି ଦେବୀ ।

ସେ କରାଚିର ସେଣ୍ଟ ପାଟ୍ରିକ୍ ହାଇସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ ସେ ହାଇଦ୍ରାବାଦ, ସିନ୍ଧର ଡିଜି ନ୍ୟାସନାଲ ସ୍କୁଲରେ ନାମ ଲେଖାଇଥିଲେ । ବିଭାଜନ ସମୟରେ ତାଙ୍କ ପରିବାର ପାକିସ୍ତାନ ଛାଡି ମୁମ୍ବାଇରେ ଅବସ୍ଥାନ କରିଥିଲେ । ଏଠାରେ ସେ ବମ୍ବେ ବିଶ୍ବବିଦ୍ୟାଳୟର ଲ କଲେଜରୁ ଆଇନ ଅଧ୍ୟୟନ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ କମଲା ଆଡଭାନୀ ଓ ପୁଅର ନାମ ଜୟନ୍ତ ଆଡଭାନୀ । ଏବଂ ଝିଅର ନାମ ପ୍ରତୀଭା ଆଡଭାନୀ ।

ଲାଲ କୃଷ୍ଣ ଆଡଭାନୀ 2002 ରୁ 2004 ମଧ୍ୟରେ ଅଟଳ ବିହାରୀ ବାଜପେୟୀ ସରକାରରେ ଭାରତର ସପ୍ତମ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହାପୂର୍ବରୁ ସେ 1998ରୁ 2004 ମଧ୍ୟରେ ବିଜେପି ନେତୃତ୍ତ୍ବଧୀନ ଏନଡିଏରେ ଗୃହମନ୍ତ୍ରୀ ଥିଲେ । ଭାରତୀୟ ଜନତା ପାର୍ଟିର ଭିତ୍ତିପ୍ରସ୍ତର ସ୍ଥାପନ କରିବାରେ ତାଙ୍କର ରହିଛି ପ୍ରମୁଖ ଭୂମିକା । ସେ ଦଶମ ଏବଂ 14 ତମ ଲୋକସଭା ସମୟରେ ବିରୋଧୀ ଦଳର ନେତା ଭୂମିକାରେ ଅଭିନୟ କରିଥିଲେ । ସେ ରାଷ୍ଟ୍ରିୟ ସ୍ବୟଂ ସେବକ ସଙ୍ଗଠନ ମାଧ୍ୟମରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । 2015ରେ ତାଙ୍କୁ ଭାରତର ଦ୍ବିତୀୟ ପ୍ରମୁଖ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା ।

Last Updated : Nov 8, 2020, 11:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.