ETV Bharat / bharat

ଦେଶରେ ICMRର 3 ନୂଆ ଲ୍ୟାବ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି - ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR)ର 3ଟି ନୂଆ ଲ୍ୟାବ ଉଦଘାଟନ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ କହିଛନ୍ତି ଆଗାମୀ ଦିନରେ ଆସୁଥିବା ପର୍ବପର୍ବାଣୀ ସମୟରେ ଆମକୁ ସତର୍କ ରହିବାକୁ ପଡିବ । ଅଧିକ ପଢନ୍ତୁ...

ଦେଶରେ 3 ନୂଆ ଲ୍ୟାବ ଉଦଘାନଟ କଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jul 27, 2020, 6:25 PM IST

Updated : Jul 27, 2020, 7:04 PM IST

ନୂଆଦିଲ୍ଲୀ: କୋଲକାତା ଓ ମୁମ୍ବାଇରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR)ର 3ଟି ନୂଆ ଲ୍ୟାବ ଉଦଘାଟନ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସ ଯୋଗେଁ ଏହି ଲ୍ୟାବଗୁଡିକର ଉଦଘାଟନ କରାଯାଇଛି । ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିଥିଲେ ।

ଦେଶରେ 3 ନୂଆ ଲ୍ୟାବ ଉଦଘାନଟ କଲେ ପ୍ରଧାନମନ୍ତ୍ରୀ ମୋଦି

ଲ୍ୟାବ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଆଗାମୀ ଦିନରେ ଅନେକ ପର୍ବପର୍ବାଣୀ ଆସୁଛି । ଏହି ସମୟରେ ଆମକୁ ସତର୍କ ରହିବାକୁ ପଡିବ । ଏହାସହ ଦରିଦ୍ରଙ୍କୁ ରାସନ ଯୋଗାଇବା ମଧ୍ୟ ନିହାତି ଆବଶ୍ୟକ । ଯେତେ ଯାଏଁ କୋରୋନାର ଭ୍ୟାକ୍ସିନ ମିଳିନାହିଁ, ସେତେଯାଏଁ ଆମକୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କର ବ୍ୟବହାର କରିବା ଦରକାର ବୋଲି ମୋଦି କହିଛନ୍ତି ।

ନିକଟରେ ସାରା ଦେଶରେ କୋରୋନା ଟେଷ୍ଟିଂ ବୃଦ୍ଧି ହୋଇଛି । ଏନେଇ ଅଧିକ ପଜିଟିଭି ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ ଯାଏଁ କୋରୋନାର ବିପଦ ଟଳିନଥିବା ପ୍ରଧଆନମନ୍ତ୍ରୀ ରବିବାର ନିଜ 'ମନ କି ବାତ' କାର୍ଯ୍ୟକ୍ରମରେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2020, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.