ETV Bharat / bharat

ଜାପାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ପିଏମ ମୋଦିଙ୍କ ଶୁଭେଚ୍ଛା - ପ୍ରଧାନମନ୍ତ୍ରୀ ସୁଗା

ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବା ନେଇ ୟୋସିହିଡେ ସୁଗାଙ୍କୁ ପିଏମ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଭାରତ-ଜାପାନ ସ୍ବତନ୍ତ୍ର ରଣନୀତି ଏବଂ ବିଶ୍ବ ଭାଗିଦାରୀରେ ଅନେକ ଅଗ୍ରଗତି ହୋଇଛି । ଅଧିକ ପଢନ୍ତୁ...

ଜାପାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ପିଏମ ମୋଦିଙ୍କ ଶୁଭେଚ୍ଛା

author img

By

Published : Sep 25, 2020, 3:42 PM IST

ନୂଆଦିଲ୍ଲୀ: ଜାପାନରେ ପ୍ରତିପକ୍ଷ ୟୋସିହିଡେ ସୁଗାଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବା ନେଇ ୟୋସିହିଡେ ସୁଗାଙ୍କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସଫଳତା ହାସଲ ସହ ଲକ୍ଷ ପଥରେ ପହଞ୍ଚିବା ନେଇ ସୁଗାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ମୋଦି ।

ଗତ କିଛି ବର୍ଷ ମଧ୍ୟରେ ଭାରତ-ଜାପାନ ସ୍ବତନ୍ତ୍ର ରଣନୀତି ଏବଂ ବିଶ୍ବ ଭାଗିଦାରୀରେ ଅନେକ ଅଗ୍ରଗତି ହୋଇଛି । ଏହାସହ ପାରସ୍ପରିକ ବିଶ୍ବାସ ଏବଂ ସହଭାଗୀ ମୂଲ୍ୟବୋଧ ଉପରେ ଆଧାର କରି ଏହି ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଦୁଇ ନେତା ଇଚ୍ଛା ପ୍ରକାଶ କରିଛନ୍ତି ।

ଜାପାନର ଶାସକ ଦଳର ସଭାପତି ୟୋସିହିଡେ ସୁଗା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅଧୀନରେ ଦୀର୍ଘ ଦିନର ସହଯୋଗୀ ତଥା ମୁଖ୍ୟ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟଭାର ତୁଲାଉଥିଲେ। ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି (ଏଲଡିପି) ସପକ୍ଷରେ ସେ ବିଜୟ ହାସଲ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.