ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶିବରାଜ ସିଂ ଚୌହାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ ଜଣେ ସକ୍ଷମ ଓ ଅଭିଜ୍ଞ ସଂପନ୍ନ ବ୍ୟକ୍ତି ହୋଇଥିବା ବେଳେ ସେ ରାଜ୍ୟର ବିକାଶ ପାଇଁ ସଦା ଚେଷ୍ଟିତ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଶିବରାଜ ସିଂ ଚୌହାନଙ୍କୁ ଅଭିନନ୍ଦନ । ସେ ଜଣେ ଦକ୍ଷ ତଥା ଅଭିଜ୍ଞ ପ୍ରଶାସକ ଯିଏ ରାଜ୍ୟର ବିକାଶ ପାଇଁ ଅତ୍ୟନ୍ତ ଆଗ୍ରହୀ ଅଟନ୍ତି । ରାଜ୍ୟକୁ ପ୍ରଗତିର ନୂତନ ଉଚ୍ଚତାକୁ ନେଇଥିବାରୁ ତାଙ୍କୁ ଶୁଭେଚ୍ଛା ।’
@ANI