ETV Bharat / bharat

ଭାରତ-ଚୀନ ସୀମା ବିବାଦ: ସର୍ବଦଳୀୟ ବୈଠକ ଡାକିଲେ ମୋଦି, ବାଦ୍ ପଡିଛି ଆପ୍ - ଗଲୱାନ ଘାଟି

ଭାରତ-ଚୀନ ବିବାଦ ପରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)ରେ ଭାରତ-ଚୀନ୍ ସୀମାରେ ପରିସ୍ଥିତି ଉପରେ ଏଥିରେ ଆଲୋଚନା କରାଯିବ। ଆଜି ଅପରାହ୍ନ 5 ଟାରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।

ଭାରତ-ଚୀନ ସୀମା ବିବାଦ: ସର୍ବ ଦଳୀୟ ବୈଠକ ଡାକିଲେ ମୋଦି, ବାଦ୍ ପଡିଛି ଆପ୍

author img

By

Published : Jun 19, 2020, 8:06 AM IST

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଅଧକ୍ଷତା କରିବେ। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)ରେ ଭାରତ-ଚୀନ୍ ସୀମାରେ ପରିସ୍ଥିତି ଉପରେ ଏଥିରେ ଆଲୋଚନା କରାଯିବ। ଆଜି ଅପରାହ୍ନ 5 ଟାରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।

ଖବର ଅନୁଯାୟୀ , କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିରୋଧୀ ଦଳର ବଡ ବଡ ନେତା ତଥା ସମସ୍ତ ରାଜନୈତିକ ଦଳର ମୁଖ୍ୟଙ୍କ ସହ କଥା ହୋଇଥିଲେ। ଏବଂ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଚୀନ୍ ବିବାଦ ଉପରେ ସର୍ବଦଳୀୟ ବୈଠକକୁ ସମସ୍ତ ରାଜ୍ୟର ସିଏମଙ୍କୁ ଆମନ୍ତ୍ରଣ କରିଛନ୍ତି।

ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ,ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଲୋକ ଜନକ୍ଷେତ୍ର ପାର୍ଟି ସଭାପତି ଚିରାଗ ପାସୱାନ୍ , ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ, ତେଲେଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓ, ଓଡିଶା ସିଏମ୍ ନବୀନ ପଟ୍ଟନାୟକ, ସିପିଆଇ-ଏମ୍ ସେକ୍ରେଟେରୀ ଜେନେରାଲ୍ ସୀତାରାମ ୟେଚୁରୀ ।

ସେହିପରି ଏନସିପି ସୁପ୍ରିମୋ ଶରଦ ପାୱାର ,ଆନ୍ଧ୍ରପ୍ରଦେଶର ସିଏମ ଜଗନ୍ ମୋହନ ରେଡ୍ଡୀ , ଜେଡିୟୁ ସଭାପତି ତଥା ବିହାର ସିଏମ ନୀତୀଶ କୁମାର, ଡିଏମକେ ସଭାପତି ଏମ.କେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଏସପି ମୁଖ୍ୟ ମାୟାବତୀ ଏହି ସର୍ବଦଳୀୟ ବୈଠକରେ ଯୋଗଦେବାର ଆଶା କରାଯାଉଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ଆମ୍ ଆଦମୀ ପାର୍ଟି (AAP) କୁ ଶୁକ୍ରବାରର ଏହି ବୈଠକରୁ ବାଦ ଦିଆଯାଇଛି। ସୂଚନାନୁସାରେ, ଶୁକ୍ରବାରର ସାକ୍ଷାତ ପାଇଁ 5 ରୁ ଅଧିକ ସାଂସଦ ଥିବା ଏକ ରାଜନୈତିକ ଦଳକୁ ଡକାଯାଇଛି। ଯେହେତୁ ଆପରେ ସଂସଦରେ 4 ଜଣ ସାଂସଦ ଅଛନ୍ତି, ତେଣୁ ଏହାକୁ ନିମନ୍ତ୍ରଣ କରାଯାଇ ନାହିଁ ।

ଏପ୍ରିଲରେ ସୀମା ଉତ୍ତେଜନା ଆରମ୍ଭ ହେବା ପରଠୁ ଏହା ପ୍ରଥମ ଥର ପାଇଁ ବିବାଦ ସମ୍ପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଙ୍କ ସହ ମୋଦି ମହାମାରୀ ମାମଲାରେ ଭର୍ଚୁଆଲ୍ ମିଟିଂ ଆୟୋଜନ କରିଆସୁଥିଲେ।

ସୂଚନା ଥାଉକି, ଜୁନ 15ରେ ଚୀନ ସହ ଲଢି ଗଲୱାନା ଘାଟିରେ ଶହୀଦ ହୋଇଛନ୍ତି ଜଣେ ମେଜରଙ୍କ ସମେତ 20 ଭାରତୀୟ ଯବାନ। ତେବେ ଏହାର କୁପରିଣାମ ଚୀନକୁ ଭୋଗିବାକୁ ପଡିବ ସଠିକ୍ ସମୟର ଭାରତ ଏହାର କଡା ଜବାବ ଦେବ ବୋଲି ମୋଦି କହିଛନ୍ତି। ଏହାସହ ଶହୀଦ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି କହିଛନ୍ତି ପ୍ରଧାନମନ୍ତ୍ରୀ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.