ETV Bharat / bharat

ଥାଇଲାଣ୍ଡର କୋଣ-ଅନୁକୋଣ ଲାଗେ ନିଜର : ମୋଦି - ସାଓ୍ଵାସଦୀ ପିଏମ ମୋଦି' କାର୍ଯ୍ୟକ୍ରମରେ ମୋଦି

ବ୍ୟାଙ୍କକକର ନେସନାଲ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ‘ସାଓ୍ଵାସଦୀ ପିଏମ ମୋଦି' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ସେ ଥାଇଲାଣ୍ଡରେ ବସବାସ କରୁଥିବା ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି । ଜାଣନ୍ତୁ ସେ କ'ଣ କହିଛନ୍ତି...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 2, 2019, 9:20 PM IST

ବ୍ୟାଙ୍କକକ: ବ୍ୟାଙ୍କକର ନେସନାଲ ଇନଣ୍ଡୋର ଷ୍ଟାଡିୟମରେ ଆୟୋଜିତ ‘ସାଓ୍ଵାସଦୀ ପିଏମ ମୋଦି' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ସେ ଥାଇଲାଣ୍ଡରେ ବସବାସ କରୁଥିବା ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି । ତେବେ ଏହି ସମୟରେ ଭାରତ ସହ ଥାଇଲାଣ୍ଡର ଐତିହାସିକ ସମ୍ପର୍କକୁ ମନେ ପକାଇଛନ୍ତି ମୋଦି । ଏନେଇ ସେ କହିଛନ୍ତି, ଥାଇଲାଣ୍ଡବାସୀଙ୍କ ପରମ୍ପରା, ଆସ୍ଥା, ସ୍ଥାପତ୍ୟ ଏବଂ ଲୋକଙ୍କ କଥାବାର୍ତ୍ତାର ଢଙ୍ଗ ସବୁଥିରେ ଭାରତର ଝଲକ ରହିଛି। ଥାଇଲାଣ୍ଡର କୋଣ ଅନୁକୋଣ ନିଜର ଅନୁଭବ ହେଉଥିବା ସେ କହିଛନ୍ତି।

ତେବେ ଭାରତ-ଥାଇଲାଣ୍ଡ ଭିତରେ ଥିବା ସମ୍ପର୍କ କେବଳ ଦୁଇ ଦେଶର ସରକାରଙ୍କ ନୁହେଁ। ଇତିହାସରେ ଥିବା ପ୍ରତ୍ୟେକ ମୁହୁର୍ତ୍ତ ଓ ଉତ୍ସବ ଆମ ସମ୍ପର୍କକୁ ମଜବୁତ୍‌ କରିଛି ବୋଲି ପିଏମ ମୋଦି କହିଛନ୍ତି। ଏହା ବ୍ୟତୀତ ସେ ସାଓ୍ଵାସଦୀ ମୋଦିର ଅର୍ଥ ସେଠାରେ ଉପସ୍ଥିତ ଲୋକଙ୍କୁ ବୁଝାଇଛନ୍ତି । ଏହାର ଅର୍ଥ ଆପଣଙ୍କର କଲ୍ୟାଣ ହେଉ, ଅଭିବାଦନ ହେଉ।

ତେବେ ଏହି କାର୍ଯ୍ୟକ୍ରମରେ ସେ ମୋଦି ସରକାରଙ୍କ ଉପଲବ୍ଧି ସମ୍ପର୍କରେ ମଧ୍ୟ ବଖାଣିଛନ୍ତି । ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ ଖାସ ଢଙ୍ଗରେ ଉପସ୍ଥାପନା କରିଛନ୍ତି ମୋଦି । ସେ କହିଛନ୍ତି, ଆମେ ସେହି ଲକ୍ଷ୍ୟ ଦିଗରେ କାମ କରୁଛୁ ଯାହା ପୂର୍ବରୁ ଅସମ୍ଭବ ଥିଲା । ଆତଙ୍କବାଦର ମଞ୍ଜି ବୁଣୁଥିବା ଏକ ବହୁତ ବଡ କାରକକୁ ଦେଶରୁ ମୁକ୍ତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହା ସହିତ ସେ କହିଛନ୍ତି, ଭାରତରେ ଗତ 5 ବର୍ଷରେ ଅନେକ ପରିବର୍ତ୍ତନ ଆସିଛି।

ଯାହା ଫଳରେ ସାଧାରଣ ଜନତା ଏଥର ପୂର୍ଣ୍ଣବହୁମତ ଦେଇ ଆମକୁ ଚୟନ କରିଛନ୍ତି। ଭାରତର ଅର୍ଥବ୍ୟବସ୍ଥାକୁ 5 ହଜାର ଆରବ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ଆମେ ପ୍ରତିବଦ୍ଧ । ଏହି ଦିଗରେ କାର୍ଯ୍ୟ କରିବା ପାଇଁ କଠିନ ପରିଶ୍ରମ କରାଯାଉଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଅବସରରେ ଥାଇଲାଣ୍ଡରେ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.