ନୂଆଦିଲ୍ଲୀ: ପ୍ରତିବର୍ଷ ଫେବୃଆରୀ 28ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ । ଏହି ଅବସରରେ ଦେଶର ବୈଜ୍ଞାନିକମାନଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେ ଟ୍ବିଟ କରି କହିଛନ୍ତି ଯେ, ଆମ ଦେଶର ବୈଜ୍ଞାନିକଙ୍କ ପ୍ରତିଭା ଏବଂ ଦୃଢତାକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସ ଏକ ସୁଯୋଗ । ସେମାନଙ୍କର ଅଭିନବ ଉତ୍ସାହ ଏବଂ ଅଗ୍ରିମ ଅନୁସନ୍ଧାନ କେବଳ ଭାରତ ନୁହେଁ ସାରା ଦୁନିଆକୁ ସହାୟତା କରିଛି । ଲଗାତାର ଭାବେ ଭାରତୀୟ ବୈଜ୍ଞାନିକମାନେ ଆଗକୁ ବଢୁଥିବା ବେଳେ ଆଗାମୀ ଯୁବପିଢି ମଧ୍ୟ ବିଜ୍ଞାନ କ୍ଷେତ୍ରରେ ନିଜ ଅନୁଭବକୁ ବିକଶିତ କରିପାରିବେ ।
ଜାନୁଆରୀ 3ରେ ବେଙ୍ଗାଲୁରୁରେ ଚାଲିଥିବା ଭାରତୀୟ ବିଜ୍ଞାନ କଂଗ୍ରେସର 107ତମ ଅଧିବେଶନରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି କହିଛନ୍ତି ଯେ, ଭାରତ ସରକାର ଭାରତରେ ଗବେଷଣା ଏବଂ ନବୀକରଣ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ଅନେକ ଉଦ୍ୟମ କରୁଛନ୍ତି । ମୁଁ ଏହି ବର୍ଷ ଆରମ୍ଭରେ ଭାରତୀୟ ବିଜ୍ଞାନ କଂଗ୍ରେସ ସମୟରେ ବିଜ୍ଞାନ ସମ୍ବନ୍ଧୀୟ ଦିଗ ବିଷୟରେ କହିଥିଲି । ପୁଣି ଥରେ ଏହାକୁ ସେୟାର କରୁଛି ।
28 ଫେବୃଆରୀ 1928ରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ସି.ଭି ରମଣ 'ରମଣ ପ୍ରଭାବ'ର ଆବିଷ୍କାର କରିଥିଲେ । ସେହିଦିନ ଠାରୁ ପ୍ରତିବର୍ଷ ଏହି ଦିନ ସାରା ଦେଶରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ ।
@ANI