ETV Bharat / bharat

ସଂସଦରେ ଗଛ ଲଗାଇଲେ ମୋଦି

କାର୍ଗିଲ ବିଜୟ ଦିବସ ଅବସରରେ ସଂସଦ ପରିସରରେ ଗଛ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ ଲୋକସଭା ବାଚସ୍ପତି ଓମ ବିର୍ଲା ଗ୍ରୀନ ଇଣ୍ଡିଆର ବାର୍ତ୍ତା ଦେଇଛନ୍ତି ।

author img

By

Published : Jul 26, 2019, 2:59 PM IST

Updated : Jul 26, 2019, 3:24 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସଂସଦରେ ବୃକ୍ଷରୋପଣ କଲେ ମୋଦି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଦ୍ବାରା ବୃକ୍ଷରୋପଣ ଅଭିଯାନରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଗଛ ଲଗାଇଛନ୍ତି ।

ଏକ ସ୍ବତନ୍ତ୍ର ଗଣମାଧ୍ୟମକୁ ଭେଟି ଓମ୍ ବିର୍ଲା କହିଛନ୍ତି, ‘ମୋଦି ବୃକ୍ଷରୋପଣ କରି ଦେଶକୁ ଗ୍ରିନ୍ ଇଣ୍ଡିଆର ବାର୍ତ୍ତା ଦେଇଛନ୍ତି । ଏଥିସହ ମୋର ବିଶ୍ବାସ ଯେ ଆମେ ଦେଶର ପ୍ରତିଟି ଗାଁ ପ୍ରତିଟି ସହରକୁ ସବୁଜସୁନ୍ଦର କରିବୁ । ଯଦି ଆମେ ପରିବେଶକୁ ସୁସ୍ଥ ରଖିବାକୁ ଚାହୁଁଛୁ ତେବେ ଆମେ ଦେଶକୁ ସବୁଜ ସୁନ୍ଦର କରିବା ଆବଶ୍ୟକ ରହିଛି ।’

ଏଥିସହ ସେ ଏହାମଧ୍ୟ କହିଛନ୍ତି ‘ଆମେ ପ୍ରଥମେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲୁ । ଏବେ ଗ୍ରୀନ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିବୁ ।’

ତେବେ ସଂସଦର ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ଦ୍ବାରା ବୃକ୍ଷରୋପଣ ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରମୁଖ ଉପସ୍ଥିତ ଥିଲେ ।

Intro:Body:

sdfsdf

Conclusion:
Last Updated : Jul 26, 2019, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.