ETV Bharat / bharat

ଫେସବୁକ ଲୋକପ୍ରିୟତା: ଦ୍ବିତୀୟ ସ୍ଥାନରେ ମୋଦି

ଫେସବୁକରେ ଦ୍ବିତୀୟ ଲୋକପ୍ରିୟ ନେତା ମୋଦି । ଡିଜିଟାଲ ମାର୍କେଟିଂ ପ୍ଲାଟଫର୍ମ ଏସଇଏମରସ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଏହା ଘୋଷଣା କରାଯାଇଛି ।

ଫାଇଲ ଫଟୋ
author img

By

Published : May 8, 2019, 8:42 AM IST

Updated : May 8, 2019, 8:51 AM IST

ନୂଆଦିଲ୍ଲୀ: ଫେସବୁକରେ ଲୋକପ୍ରିୟତା କଥା ଯଦି ଉଠେ ସବୁଠୁ ଆଗରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ଦେଶରେ ନୁହେଁ, ସାରା ବିଶ୍ବରେ ରହିଛି ତାଙ୍କର ଲୋକପ୍ରିୟତା । ସର୍ବାଧିକ ଲୋକ ଫଲୋ କରୁଥିବା ନେତା ହିସାବରେ ସେ ଓବାମାଙ୍କ ପରେ ଦ୍ବିତୀୟରେ ରହିଛନ୍ତି ।

ମଙ୍ଗଳବାର ଡିଜିଟାଲ ମାର୍କେଟିଂ ପ୍ଲାଟ ଫର୍ମ ଏସଇଏମରସ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି । ସୋସିଆଲ ମିଡିଆ ଟ୍ବିଟର, ଫେସବୁକ୍ ଓ ଇନଷ୍ଟାରେ ମୋଦିଙ୍କୁ ମୋଟ୍ 11.09 କୋଟି ଲୋକ ଫଲୋ କରୁଛନ୍ତି । ଏଥିରୁ ଗୋଟେ କଥା ସ୍ପଷ୍ଟ କରାଯାଇପାରେ ମୋଦି କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ବହୁତ ଲୋକପ୍ରିୟତା ରହିଛି ।

ସେହିପରି ଲୋକପ୍ରିୟତା ଶୀର୍ଷରେ ଅଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ସୋସିଆଲ ମିଡିଆରେ ତାଙ୍କୁ ସବୁଠାରୁ ଅଧିକ ଲୋକ ଫଲୋ କରୁଛନ୍ତି । ଓବାମାଙ୍କୁ ମୋଟ୍‌ ଫଲୋର୍ସ ସଂଖ୍ୟା ରହିଛି 18.27କୋଟି ।

ରିପୋର୍ଟରେ ଆହୁରି କୁହାଯାଉଛି, ଲୋକପ୍ରିୟତାକୁ ଦେଖିଲେ ମୋଦି ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଲୋର୍ସ ସଂଖ୍ୟା ରହିଛି 9.6 କୋଟି । ତେବେ ଟ୍ବିଟରର ଲୋକପ୍ରିୟତାକୁ ଦେଖିଲେ ଦ୍ବିତୀୟ ସ୍ଥାନରେ ଟ୍ରମ୍ପ ଅଛନ୍ତି ।

ଫେସବୁକରେ 4.3 କୋଟି ଲୋକ ମୋଦିଙ୍କ ଫଲୋୟର୍ସ ଅଛନ୍ତି । ଖାଲି ଫେସବୁକ ନୁହେଁ, ଟ୍ବିଟରରେ ମଧ୍ୟ ପଛରେ ନାହାଁନ୍ତି ସେ । ଟ୍ବିଟରେ ତାଙ୍କୁ 4.7 କୋଟିରୁ ଊର୍ଦ୍ଧ୍ବ ଲୋକ ଫଲୋ କରୁଛନ୍ତି ।

Intro:Body:

ddh

Conclusion:
Last Updated : May 8, 2019, 8:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.