ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁନର୍ଗଠନ ଓ 370 ଧାରା ଉଚ୍ଛେଦ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଇନରେ ପରିଣତ କରିବା ପାଇଁ ବିଧେୟକ ଆଣିଥିଲେ । ଫଳରେ ମଙ୍ଗଳବାର ଏନେଇ ଲୋକସଭାରେ ଦିନ ତମାମ ଚର୍ଚ୍ଚା ଆଲୋଚନା କରାଯାଇଥିଲା ।
ତେବେ ଦିନ ତମାମ ଚାଲିଥିବା ଏହି ଆଲୋଚନାରେ ଲଦାଖ ସାଂସଦ ଜାମୟାଙ୍ଗ ସେରିଂଗ ନାମଗୟାଲଙ୍କ ଭାଷଣ ସବୁଠାରୁ ଚର୍ଚ୍ଚାରେ ରହିଥିଲା । ସାଂସଦଙ୍କ ଭାଷଣ ଦେଉଥିବା ସମୟରେ ବହୁ ପ୍ରଶଂସା ମିଳିଥିବା ବେଳେ ସାଥୀ ସାଂସଦ ମଧ୍ୟ ତାଙ୍କୁ କରତାଳି ସମର୍ଥନ କରିଥିଲେ । ଭାଷଣ ଶୁଣି ଲଦାଖ ସାଂସଦଙ୍କୁ ପ୍ରଶଂସା ।
ତେବେ ତାଙ୍କ ଭାଷଣକୁ ଖୋଦ ଲୋକସଭା ଅଧ୍ୟକ୍ଷ ଓମ ବିରଲା ପ୍ରଶଂସା କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରିବା ତାଙ୍କୁ ପ୍ରଶଂସା କରିଥିଲେ ।
ବିଜେପି ସାଂସଦ ତାଙ୍କ ଶାଣିତ ଭାଷଣରେ ବିଲକୁ ବିରୋଧ କରୁଥିବା ଦଳ ଓ ନେତାଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତାଙ୍କ ଭାଷଣରେ ସେ କହିଥିଲେ ଲଦାଖ ବାସୀଙ୍କ ଦୁଃଖ ବର୍ତ୍ତମାନର ସରକାର ଶୁଣିବାକୁ ପ୍ରୟାସ କରୁଛି । ଜାମୟାଙ୍ଗ ଭାଷଣରେ କିଛି କବିତା ମଧ୍ୟ ଗାଇ ଥିଲେ । ତେବେ ଭାଷଣ ସମୟରେ ଜାମୟାଙ୍ଗଙ୍କୁ ଗୃହମନ୍ତ୍ରୀ ଅମିତ ଶାହ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଟେବୁଲ ବାଡ଼େଇ ତାଙ୍କୁ ପ୍ରଶଂସା କରିଥିଲେ ।
ଜାମୟାଙ୍ଗ ଯେଉଁ ଭୁଲ ପଣ୍ଡିତ ଜବାହାର ଲାଲ ନେହରୁଙ୍କ ନେତୃତ୍ବରେ କଂଗ୍ରେସ କରିଥିଲା, ତାହାର ସୁଧାର ହେବାକୁ ଯାଉଛୁ । ଆମେ ଏହାକୁ ସ୍ବାଗତ କରୁଛୁ କହି ନିଜର ଭାଷଣ ଆରମ୍ଭ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଏହି ସରକାର ଇତିହାସରେ ପ୍ରଥମଥର ପାଇଁ ଲଦାଖବାସୀଙ୍କ ଦୁଃଖ ଶୁଣିବାକୁ ପ୍ରୟାସ କରୁଛି । କାଶ୍ମୀର କୁ କିଛି ଲୋକ ନିଜର ସମ୍ପତ୍ତି ଭାବେ ଭାବିନେଇଛନ୍ତି । ସେମାନେ ନିଶାରେ ରହିଛନ୍ତି, ମାତ୍ର ଏବେ ତାହା ହେଇକି ଆଉ ନାହିଁ ।
ଜାମୟାଙ୍ଗ ଆହୁରି ମଧ୍ୟ କହିଥିଲେ କି ଏହି ବିଲ ପାରିତ ହୋଇଗଲେ ଏଠାରେ ରାଜୁତି କରୁଥିବା ଏକ ନିର୍ଦ୍ଦିଷ୍ଟ ଦଳର ଦୁଇ ପରିବାରଙ୍କ ରୋଜଗାର ହରାଇବ । ଏହି ଦୁଇ ପରିବାର 1979 ମସିହାରେ ଲଦାଖକୁ ବିଭାଜିତ କରିଥିଲେ ଓ ଆମ ଦୁଇ ଭାଇଙ୍କୁ ପରସ୍ପର ମଧ୍ୟରେ ଯୁଦ୍ଧ କରାଇଥିଲେ । ସେ ବିରୋଧୀଙ୍କୁ ସମାଲୋଚନା କରି କହିଥିଲେ ବିରୋଧ କରୁଥିବା ଲୋକେ କେଉଁ ମୁହଁରେ ସେମାନେ ସିକ୍ୟୁଲାରିଜିମର କଥା କହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ।
-
My young friend, Jamyang Tsering Namgyal who is @MPLadakh delivered an outstanding speech in the Lok Sabha while discussing key bills on J&K. He coherently presents the aspirations of our sisters and brothers from Ladakh. It is a must hear! https://t.co/XN8dGcTwx6
— Narendra Modi (@narendramodi) August 6, 2019 " class="align-text-top noRightClick twitterSection" data="
">My young friend, Jamyang Tsering Namgyal who is @MPLadakh delivered an outstanding speech in the Lok Sabha while discussing key bills on J&K. He coherently presents the aspirations of our sisters and brothers from Ladakh. It is a must hear! https://t.co/XN8dGcTwx6
— Narendra Modi (@narendramodi) August 6, 2019My young friend, Jamyang Tsering Namgyal who is @MPLadakh delivered an outstanding speech in the Lok Sabha while discussing key bills on J&K. He coherently presents the aspirations of our sisters and brothers from Ladakh. It is a must hear! https://t.co/XN8dGcTwx6
— Narendra Modi (@narendramodi) August 6, 2019
କଂଗ୍ରେସ ଜମ୍ମୁ କାଶ୍ମୀରରେ ଥିବା ଧାରା 370ର ଦୂରୋପଯୋଗ କରିଥିବା ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଲଦାଖ ଭାରତର ଅଭିନ୍ନ ଅଙ୍ଗ ହେବାକୁ ଚାହୁଁଛି । ଆମେ ଦୀର୍ଘଦିନରୁ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଦାବି କରିଆସୁଥିଲୁ ।ଯାହା ଆମକୁ ମୋଦି ସରକାର ଦେବାକୁ ପ୍ରୟାସ କରିଛି । ଆମେ ଭାରତ ସହ ରହିବାକୁ ଚାହୁଁଛୁ । ଭାରତର ଜୟ ଜୟକାର କରିବାକୁ ଚାହୁଁଛୁ । ତେବେ ମୋଦି ସରକାର ନେଇଥିବା ନିଷ୍ପତ୍ତିକୁ ଲଦାଖବାସୀ ସ୍ବାଗତ କରିଛନ୍ତି ବୋଲି ସେ କହିଥିଲେ ।