ନୂଆଦିଲ୍ଲୀ: ନିଜ ସଂସଦୀୟ କ୍ଷେତ୍ର ବାରଣାସୀବାସୀକୁ ଦିପାବଳୀ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀରେ 37ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରକାଶ ଯେ, ମୋଦି ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସ୍ମାର୍ଟ ସିଟି ଯୋଜନା ଅଧିନରେ ସହରର ବିକାଶ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୋଦି 20ଟି ପ୍ରକଳ୍ପର ଉଦଘାଟନ କରିବା ସହ ସାରନାଥ ପ୍ରତ୍ନତାତ୍ତ୍ବିକ ଭଗ୍ନାବଶେଷରେ ଲାଇଟ୍ ଏବଂ ସାଉଣ୍ଡ ସିଷ୍ଟମର ଭିତ୍ତିପ୍ରସ୍ତର, 100 ଏମଟି କ୍ଷମତା ବିଶିଷ୍ଟ କୃଷି ଉତ୍ପାଦନ ଗୋଦାମ, ସାମ୍ପୁରନାନନ୍ଦ ଷ୍ଟାଡିୟମର ଖେଳାଳିମାନଙ୍କ ପାଇଁ ଆଇପିଡିଏସ୍ ଗୃହ ନିର୍ମାଣ, 105 ଅଙ୍ଗନୱାଡି କେନ୍ଦ୍ର ଏବଂ 101 ଆଶ୍ରୟ କେନ୍ଦ୍ର ପ୍ରକଳ୍ପ, ଗଙ୍ଗା ପ୍ରଦୂଷଣ ନିୟନ୍ତ୍ରଣ ୟୁନିଟ, କେନ୍ଦ୍ରୀୟ କାରାଗାର, ବିହନ ଷ୍ଟୋରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିମାନବନ୍ଦରରେ ନିର୍ମିତ ଦୁଇଟି ଏରୋବ୍ରିଜର ଉଦଘାଟନ କରିଛନ୍ତି ।
ଏହା ସହ ଦଶାଶ୍ବମେଧ ଘାଟ ଓ ଖିଡିକିଆ ଘାଟର ପୁନଃବିକାଶ, ସହର ସଡ଼କର ମରାମତି କାର୍ଯ୍ୟ ଏବଂ ପର୍ଯ୍ୟଟନସ୍ଥଳୀର ସମ୍ପୂର୍ଣ୍ଣ ବିକାଶ ଲକ୍ଷ୍ୟ ରଖିଛନ୍ତି ମୋଦି । 9,000 କୋଟି ଟଙ୍କା ମୂଲ୍ୟର 135 ଟି ପ୍ରକଳ୍ପ ଉପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦ କ୍ଷେତ୍ର ବାରଣାସୀରେ କାର୍ଯ୍ୟ ଜାରି ରହିଛି ।
ଗତ 6ବର୍ଷ ଭିତରେ ସହରର ଶିଳ୍ପଠାରୁ ଆରମ୍ଭ କରି ବିମାନ ଚଳାଚଳ କ୍ଷେତ୍ରରେ ଅନେକ ବିକାଶ ହୋଇଛି । ବାରଣାସୀରୁ ବିମାନ ସଂଖ୍ୟା ବର୍ତ୍ତମାନ 12 ରୁ 48 କୁ ବୃଦ୍ଧି ପାଇଛି ବୋଲି ଉଦଘାଟନା ଉତ୍ସବରେ କହିଛନ୍ତି ମୋଦି । ସେ ଆହୁରି କହିଛନ୍ତି, ବାରଣାସୀରୁ ସାଂସଦ ଭାବେ ନିର୍ବାଚିତ ହେବା ପରଠୁ ଏହି ପ୍ରାଚୀନ ସହରରେ ଅନେକ ପରିବର୍ତ୍ତନ ଦେଖିବାକୁ ପାଇଛନ୍ତି । ତେବେ ବାରଣାସୀର ସମ୍ପୂର୍ଣ୍ଣ ବିକାଶ ତାଙ୍କର ଲକ୍ଷ୍ୟ ବୋଲି କହିବା ସହ ଦିପାବଳୀ ଅବସରରେ ସମମ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
@IANS