ETV Bharat / bharat

ଚର୍ଚ୍ଚାରେ ଆରସିଇପି ଚୁକ୍ତି

ଆରସିଇପି ଚୁକ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଆମଦାନୀ ଶୁଳ୍କ କମ କରିବା କିମ୍ବା ହ୍ରାସ କରିବା ଦ୍ବାରା ବିଦେଶରୁ ଭାରି ମାତ୍ରାରେ ଦ୍ରବ୍ୟ ଭାରତକୁ ଆସିବ। ଯାହା ଫଳରେ ଘରୋଇ ଉଦ୍ୟୋଗକୁ ବଡ କ୍ଷତି ସହିବାକୁ ପଡିବ ବୋଲି ବଡ ବଡ ଉଦ୍ୟୋଗପତି ମତବ୍ୟକ୍ତ କରିଛନ୍ତି।

author img

By

Published : Nov 4, 2019, 11:51 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ରିଜିଓନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍ (ଆରସିଇପି) ଏକ ବ୍ୟବସାୟିକ ଚୁକ୍ତି। ଯାହା ସଦସ୍ୟ ଦେଶଙ୍କୁ ପରସ୍ପର ସହ ବ୍ୟବସାୟ କରିବାରେ ସହଯୋଗ କରିଥାଏ। ରାଜିନାମା ଅନୁସାରେ ସଦସ୍ୟ ଦେଶଙ୍କୁ ଆମଦାନୀ ଏବଂ ରପ୍ତାନୀ ଉପରେ ଲାଗୁ ଥିବା ଟ୍ୟାକ୍ସ ଦେବାକୁ ପଡିବନି କିମ୍ବା ଖୁବ କମ ଦେବାକୁ ପଡିବ। ଏହି ଆରସିଇପି ଦକ୍ଷିଣ ଏସିଆର ୧୦ଟି ଦେଶ ବ୍ରୁନେଇ, କମ୍ୱୋଡିଆ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ସିଙ୍ଗାପୁର, ଥାଇଲାଣ୍ଡ, ଫିଲିପାଇନ୍ସ, ଲାଓସ ଏବଂ ଭିଏତନାମକୁ ନେଇ ଗଠିତ। ଏହି ଆରସିଇପି ସହିତ ଏଫଟିଏ (ଫ୍ରି ଟ୍ରେଡ ଏଗ୍ରିମେଣ୍ଟ)ର ଚୁକ୍ତି ରହିଛି। ଏଫଟିଏ ମଧ୍ୟରେ ଭାରତ, ଚୀନ, ଜାପାନ, ସାଉଥ କୋରିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଆଦି ଦେଶ ରହିଛି।

ତେବେ ଏହି ଆରସିଇପି ଚୁକ୍ତି ପୂର୍ବରୁ ଏହାକୁ ନେଇ ଉଦ୍ୟୋଗ ଜଗତରେ ଚିନ୍ତା ଖେଳିଯାଇଛି। ଆମଦାନୀ ଶୁଳ୍କ କମ କରିବା କିମ୍ବା ହ୍ରାସ କରିବା ଦ୍ବାରା ବିଦେଶରୁ ଭାରି ମାତ୍ରାରେ ଦ୍ରବ୍ୟ ଭାରତକୁ ଆସିବ । ଯାହା ଫଳରେ ଘରୋଇ ଉଦ୍ୟୋଗକୁ ବଡ କ୍ଷତି ସହିବାକୁ ପଡିବ ବୋଲି ବଡ ବଡ ଉଦ୍ୟୋଗପତି ମତ ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷୀଣ ଏସିଆର ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସମୟରେ ଆରସିଇପି ସମ୍ପର୍କରେ କୌଣସି ପ୍ରକାର ଆଲୋଚନା କରିନଥିଲେ। ଆରସିଇପି ଉପରେ ଗୁରୁତ୍ବାରୋପ ଦେବା ବଦଳରେ ସେ ଭାରତ ଏବଂ ଏସିଆନ ମଧ୍ୟରେ ପୂର୍ବରୁ ଥିବା ବାଣିଜ୍ୟିକ ଚୁକ୍ତି ଉପରେ ଅଧିକ ଜୋର ଦେଇଥିଲେ। ବାଣିଜ୍ୟିକ ଚୁକ୍ତି ଏସିଆନ ଦେଶ ଏବଂ ଭାରତର ଆର୍ଥିକ ସମ୍ବନ୍ଧକୁ ସୁଦୃଢ କରିବା ସହ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସହାଯ୍ୟ କରିବ ବୋଲି ପିଏମ ମୋଦି କହିଥିଲେ। ପ୍ରାୟ 2 ବିଲିୟନ ଲୋକଙ୍କ ପାଇଁ ଏସିଆନ ଏବଂ ଭାରତର ଏକ ମିଳିତ ବଜାର ରହିଛି । ଏହାର ଜିଡିପି ପ୍ରାୟ 5.5 ଟ୍ରିଲିୟନ ଡଲାର ରହିଛି।

ସେପଟେ ଏସିଆନ ସମ୍ମିଳନୀର ଉଦଘାଟନି ସମାରୋହରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ ଓଚାଓ ଏହି ବାଣିଜ୍ୟିକ ଚୁକ୍ତିକୁ ସମାପ୍ତ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ, ଆରସିଇପି ଉପରେ ଖୁବ ଶୀଘ୍ର ଚର୍ଚ୍ଚା ସମାପ୍ତ କରି ଆର୍ଥିକ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ବାଣିଜ୍ୟ ଏବଂ ନିବେଶ ଉପରେ ଜୋର ଦେବା ଉଚିତ।

ଭାରତ ଆରସିଇପିରେ ଯୋଗ ଦେଲେ ଦେଶକୁ ଶସ୍ତା ସାମଗ୍ରୀ ଆମଦାନୀ ହେବ । ଫଳରେ ଭାରତକୁ ଅନେକ କ୍ଷତି ସହିବାକୁ ପଡିବ । ତେଣୁ ଭାରତ ନିଜ ଘରୋଇ ବ୍ୟବସାୟ, ସେବା ଏବଂ ନିବେଶରେ ଦେଶର ଚିନ୍ତା ଏବଂ ହିତକୁ ସମ୍ପୂର୍ଣ୍ଣ ଭାବେ ଧ୍ୟାନରେ ରଖି ଏହି ଚୁକ୍ତି ସମ୍ପର୍କରେ ଭାବିବ ବୋଲି ଜାପାନ, ଚୀନ ଏବଂ ଥାଇଲାଣ୍ଡ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.