ETV Bharat / bharat

ମନ୍ଦିରରେ ପୂଜା ପାଆନ୍ତି ମହାତ୍ମା - ଗାନ୍ଧୀ ମନ୍ଦିର

ସମ୍ବଲପୁରରେ ରହିଛି ଓଡିଶାର ଏକମାତ୍ର ଗାନ୍ଧୀ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ । ଦେଖନ୍ତୁ ଏହି ରିପୋର୍ଟ...

ଡିଜାଇନ ଫଟୋ
author img

By

Published : Aug 27, 2019, 7:03 AM IST

Updated : Aug 29, 2019, 7:49 PM IST

ସମ୍ବଲପୁର: ବାଜୁଛି ଘଣ୍ଟଘଣ୍ଟା । ଚାଲିଛି ପୂଜାର୍ଚ୍ଚନା । ପୂଜା କରୁଛନ୍ତି ପୂଜାରୀ । ଆପଣ ଦେଖୁଥିବା ଏହି ଦୃଶ୍ୟ ଗୋଟିଏ ମନ୍ଦିରର ସତ । ମାତ୍ର ଏଠାରେ ନାହାଁନ୍ତି କୌଣସି ଧର୍ମର ଭଗବାନ । ଏଠାରେ ପୂଜା ପାଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ । ସବୁ ଧର୍ମଠୁ ଊର୍ଦ୍ଧ୍ବରେ ଏହି ମନ୍ଦିର । ଏହା ହେଉଛି ସମ୍ବଲପୁରରେ ଥିବା ଓଡିଶାର ଏକମାତ୍ର ଗାନ୍ଧୀ ମନ୍ଦିର । କେବଳ ବାପୁଜୀ ନୁହଁନ୍ତି, ଏଠାରେ ଅନ୍ୟ ସ୍ବାଧୀନତା ସଂଗ୍ରାମୀ ମଧ୍ୟ ପୂଜା ପାଆନ୍ତି । ସବୁଠାରୁ ବଡକଥା ହେଲା ପୂଜା କରୁଥିବା ପୂଜାରୀ ବ୍ରାହ୍ମଣ ନୁହଁନ୍ତି । ସେ ଜଣେ ଦଳିତ ସମ୍ପ୍ରଦାୟର ବ୍ୟକ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ମନ୍ଦିର ଆଗରେ ରହିଛି ଆଶୋକ ସ୍ତମ୍ଭ । ମନ୍ଦିର ଭିତରେ ଅଛି ସବୁ ଧର୍ମର ସାଙ୍କେତିକ ଚିହ୍ନ । କୁହାଯାଏ, ମନ୍ଦିରର ଏଭଳି ରୂପ ବାପୁଜୀଙ୍କ ଧର୍ମନିରପେକ୍ଷ ଚିନ୍ତାଧାରାକୁ ସୂଚେଇଥାଏ । ତେବେ ଏହି ମନ୍ଦିର ନିର୍ମାଣର ମୁଖ୍ୟ ପୁରୋଧା ହେଉଛନ୍ତି ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର । 1972 ମସିହାରେ ବିଧାୟକ ଥିବା ସମୟରେ ପ୍ରତିଷ୍ଠା କରିଥିଲେ ମନ୍ଦିର । ଦୁଇ ବର୍ଷ ପରେ 1974ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ କରିଥିଲେ ଉଦଘାଟନ ।

କୌଣସି ଧର୍ମ ନୁହେଁ, ସର୍ବଭୌମତ୍ବର ମହାନ ବାର୍ତ୍ତା ଦେଇଥାଏ ଏହି ମନ୍ଦିର । ଏଭଳି ବିରଳ ମନ୍ଦିର ଓଡିଶାକୁ ସାରା ଦେଶରେ ଦେଇଛି ଅନନ୍ୟ ପରିଚୟ । ତେବେ ଏହାର ରକ୍ଷଣାବେକ୍ଷଣ ନେଇ ସରକାରଙ୍କୁ ଅଧିକ ତତ୍ପର ହେବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:Conclusion:
Last Updated : Aug 29, 2019, 7:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.