ବେଙ୍ଗାଲୁରୁ: ଲକ୍ଡାଉନ୍ର ଆଜି ହେଉଛି 8ମ ଦିନ । ମହାମାରୀ କୋରୋନା ଭାଇରସ ବିରୋଧରେ ଲଢିବାକୁ ଚାଲିଛି ସଂଘର୍ଷ । ହେଲେ ବି ପ୍ରତ୍ୟେକ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ କର୍ଣ୍ଣାଟକରେ ଦେଖିବାକୁ ମଳିଛି ଅଜବ ଦୃଶ୍ୟ । କର୍ଣ୍ଣାଟକର ଗଦଗରେ କିଛି ଘଣ୍ଟା ପାଇଁ ମଦ ଦୋକାନ ଖୋଲିଥିବା ଶୁଣିବାକୁ ମିଳିଥିଲା । ଫଳରେ ମଦ ଦୋକାନ ଆଗରେ ଏକ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।
ପ୍ରକୃତରେ କିଛି ଘଣ୍ଟା ପାଇଁ ମଦ ଦୋକାନ ଖୋଲାଥିବା କଥା ଏକ ଗୁଜବ ଥିଲା । କିନ୍ତୁ ଲୋକ ଏହାକୁ ସତ ଭାବିଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଗହଳି ଚହଳି ଦେଖିବାକୁ ମିଳିଥିଲା ।
ଏଠାରେ ସୂଚନା ଥାଉ ଯେ, ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ଅନ୍ୟ କୌଣସି ଦୋକାନ ଖୋଲାଯିବ ନାହିଁ ବୋଲି କଡା ନିର୍ଦ୍ଦେଶ ରହିଛି । ଏହାସହ ବିନା କୌଣସି ଦରକାରି କାର୍ଯ୍ୟ ନଥିଲେ ଘରୁ ଗୋଡ କାଢିବାକୁ ମଧ୍ୟ ମନା କରାଯାଇଛି । ହେଲେ ଲୋକେ ଏହାକୁ ମାନିବାକୁ ନାରାଜ । ଯାହା ଏହି ଚିତ୍ରରୁ ସ୍ପଷ୍ଟ ହୋଇଛି ।
@ANI