ETV Bharat / bharat

ରାଜସ୍ଥାନ ରାଜନୈତିକ ସଙ୍କଟକୁ ନେଇ ନିରବତା ଭାଙ୍ଗିଲେ ବସୁନ୍ଧରା ରାଜେ - ରାଜସ୍ଥାନ ସଙ୍କଟ

ରାଜସ୍ଥାନରେ ଏକାଧିକ ସଙ୍କଟ ରହିଥିବା ବେଳେ ଜନତାଙ୍କୁ କଂଗ୍ରେସର ଆଭ୍ୟନ୍ତରୀଣ କଳହର ଫଳ ଭୋଗିବାକୁ ପଡୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବସୁନ୍ଧରା ରାଜେ କହିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ
ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ
author img

By

Published : Jul 18, 2020, 8:22 PM IST

ଜୟପୁର: ରାଜସ୍ଥାନର ରାଜନୈତିକ ସଙ୍କଟକୁ ନେଇ ଶେଷରେ ନିରବତା ଭାଙ୍ଗିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ରାଜ୍ୟରେ ଏକାଧିକ ସଙ୍କଟ ରହିଥିବା ବେଳେ ଜନତାଙ୍କୁ କଂଗ୍ରେସର ଆଭ୍ୟନ୍ତରୀଣ କଳହର ଫଳ ଭୋଗିବାକୁ ପଡୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ବସୁନ୍ଧରା ରାଜେ ଶନିବାର ଗେହଲଟ ସରକାରକୁ ଟାର୍ଗେଟ କରି କହିଛନ୍ତି, ରାଜସ୍ଥାନର ଲୋକମାନେ କଂଗ୍ରେସର ଆଭ୍ୟନ୍ତରୀଣ କଳହ ପାଇଁ ମୂଲ୍ୟ ଦେଉଛନ୍ତି। ରାଜ୍ୟରେ କୋରୋନା ଜନିତ ମୃତ୍ୟୁ 500 ଅତିକ୍ରମ କରିଛି । ସଂକ୍ରମଣ ସଂଖ୍ୟା 28000 କୁ ପହଞ୍ଚିଛି । ଏହି ସମୟରେ କଂଗ୍ରେସ ନେତା ନିଜ ନିଜ ଭିତରେ ଲଢେଇ କରୁଛନ୍ତି । ଆଉ ଏହି ସଙ୍କଟ ପାଇଁ ବିଜେପି ଏବଂ ଏହାର ନେତୃତ୍ବକୁ ଦୋଷ ଦେଉଛନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ତେବେ ରାଜସ୍ଥାନର ରାଜନୈତିକ ସଙ୍କଟକୁ ନେଇ ବରିଷ୍ଠ ବିଜେପି ନେତ୍ରୀ ରାଜେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଆମ କୃଷକଙ୍କ ଫସଲ ପଙ୍ଗପାଳ ଦ୍ୱାରା ଆକ୍ରମଣ କରାଯାଉଛି। ମହିଳାଙ୍କ ପ୍ରତି ହେଉଥିବା ଅପରାଧ ରାଜ୍ୟରେ ସବୁ ସୀମା ଅତିକ୍ରମ କରିଛି। ରାଜ୍ୟରେ ବିଦ୍ୟୁତର ଅଭାବ ଦେଖାଦେଇଛି । ଏଗୁଡିକ କେବଳ ଅଳ୍ପ କିଛି ସମସ୍ୟା ଯାହା ମୁଁ ଗଣନା କରିଛି । ଏହାକୁ ବାଦ୍‌ ଦେଲେ ମଧ୍ୟ ରାଜ୍ୟରେ ଅନେକ ସମସ୍ୟା ରହିଛି । ସରକାର କେବଳ ଜନସାଧାରଣଙ୍କ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ୍ । ରାଜ୍ୟ ସରକାର ଥରେ ଜନସାଧାରଣଙ୍କ ବିଷୟରେ ଚିନ୍ତା କରିବା ଉଚିତ୍ ବୋଲି ବସୁନ୍ଧରା ରାଜେ କହିଛନ୍ତି।

ଏହା ପୂର୍ବରୁ ରାଜସ୍ଥାନର ରାଜନୈତିକ ସଙ୍କଟ ମାମଲାରେ ବସୁନ୍ଧରା ରାଜେଙ୍କ ନିରବତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏପରିକି ବସୁନ୍ଧରା ରାଜେ ଗେହଲଟ ସରକାରଙ୍କୁ ରକ୍ଷା କରିବା ପାଇଁ ତାଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା । ବସୁନ୍ଧରା ରାଜେ ଗେହଲଟଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ କହିଥିବା ରାଜସ୍ଥାନରେ ବିଜେପିର ସହଯୋଗୀ ତଥା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ସାଂସଦ ହନୁମାନ ବେନିୱାଲ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ମତଭେଦ ଖୋଲାଖୋଲି ଭାବେ ସାମ୍ନାକୁ ଆସିବା ପରେ ରାଜସ୍ଥାନ କଂଗ୍ରେସ ଅସ୍ଥିର ହୋଇପଡ଼ିଛି। ଜୁଲାଇ 14 ରେ ପାଇଲଟଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପିସିସି ସଭାପତି ପଦରୁ ବରଖାସ୍ତ କରାଯାଇଥିଲା । ସେପଟେ ଏଥିପାଇଁ କଂଗ୍ରେସ ବିଜେପିକୁ ଦାୟୀ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.