ETV Bharat / bharat

ଭାରତର ଆଫଗାନ ନୀତି

author img

By

Published : May 16, 2020, 1:32 PM IST

ଇଟିଭି ଭରତଙ୍କ ନ୍ୟୁଜ ଏଡିଟର ବିଲାଲ ଭଟଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅବସରପ୍ରାପ୍ତ କମୋଡୋର ଉଦୟ ଭାସ୍କର କହିଛନ୍ତି ଯେ, ଆମେରିକା ସରକାର ଏବଂ ତାଲିବାନ ମଧ୍ୟରେ ଦୋହା ଚୁକ୍ତି ଏକ ବିବାଦରେ ପରିଣତ ହୋଇଛି । ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସ୍ଥିର ନୀତି ଆଫଗାନିସ୍ତାନର ବିକାଶରେ ସହାୟକ ହୋଇଛି, ତେଣୁ ଏହା ଗଣତନ୍ତ୍ରର ପୁନରୁଦ୍ଧାର ସହ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଅଧିକ ପଢନ୍ତୁ...

ଭାରତର ଆଫଗାନ ନୀତି
ଭାରତର ଆଫଗାନ ନୀତି

କୋମୋଡର (ଅବସରପ୍ରାପ୍ତ) ଉଦୟ ଭାସ୍କରଙ୍କ ସହ ବିଲାଲ ଭଟ୍ଟ

ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ନେତୃତ୍ୱାଧିନ ଆମେରିକା ସରକାର ଓ ତାଲିବାନ ମଧ୍ୟରେ ସ୍ୱାକ୍ଷରିତ ଦୋହା ବୁଝାମଣା ପରେ ମଧ୍ୟ ସେଠାରେ ଉତେଜନା ବଢିଛି । ପରିଣାମ ସ୍ବରୂପ ଏକ ଅଦୃଶ୍ୟ ଶକ୍ତି ଓ ସାଧାରଣ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ନିକଟରେ କାବୁଲରେ ଅଜଣା ବନ୍ଧୁକଧାରୀଙ୍କ ଦ୍ୱାରା ନବଜାତ ଶିଶୁଙ୍କ ବୀଭତ୍ସ ହତ୍ୟା ଘଟଣାରୁ ପ୍ରତିଫଳିତ ହୋଇଛି ଯେ, ହତ୍ୟାକାରୀମାନେ କାହାର ନିୟନ୍ତ୍ରଣରେ ନାହାନ୍ତି । ବର୍ତମାନ ଓ ପୂର୍ବବର୍ତୀ ସରକାରର ଅଂଶ ଥିବା ବ୍ୟକ୍ତି ବିଶେଷ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଭାରତର ଆଫଗାନ ନୀତି

୯-୧୧ ଆତଙ୍କବାଦୀ ଆକ୍ରମଣ ପରେ ତାଲିବାନକୁ ହଟାଇବା ପାଇଁ ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରେ ପ୍ରବେଶ କରିଥିଲେ । ତାଲିବାନକୁ ହଟାଇବା ସହ ଶାନ୍ତି ପ୍ରତିଷ୍ଠା କରି ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଆମେରିକା କହୁଥିଲା । ତାଲିବାନ ବିରୋଧରେ ଯୁଦ୍ଧ ପ୍ରାୟତଃ ଶେଷ ହୋଇଥିବା ଜଣାପଡୁଥିଲେ ମଧ୍ୟ ଆଫଗାନିସ୍ତାନରେ ହିଂସାକାଣ୍ଡ ଏବେ ବି ଜାରି ରହିଛି ।

ପ୍ରାୟ ଦୁଇ ଦଶକର ଯୁଦ୍ଧ ପରେ ଆମେରିକା ଓ ତାଲିବାନ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଶାନ୍ତି ବୁଝାମଣାକୁ ନେଇ ବିଶେଷଜ୍ଞମାନେ ଅନୁଧ୍ୟାନପୂର୍ବକ ମତ ଦେଇଛନ୍ତି । ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରୁ ନିଜର ସୈନ୍ୟଙ୍କ ସୁରକ୍ଷିତ ପ୍ରତ୍ୟାହାର ପାଇଁ ଆମେରିକା ପକ୍ଷେ ଏହା ସମ୍ମାନଜନକ ରାସ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି । ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ସଂପୃକ୍ତି ଏକ ଦୀର୍ଘ ଓ କଠିନ ଯାତ୍ରା ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଲିବାନ ସହ ଶାନ୍ତି ଚୁକ୍ତି ସ୍ବାକ୍ଷର ହେଲା ପରେ କହିଥିଲେ । ଅନେକ ବର୍ଷ ପରେ ଆମ ଲୋକଙ୍କୁ ଘରକୁ ଫେରାଇ ନେବାର ସମୟ ଆସିଛି ବୋଲି ଟ୍ରମ୍ପ କହିଥିଲେ ।

ଆଫଗାନିସ୍ତାନ ବାବଦରେ ଭାରତର ନିରପେକ୍ଷ ରାଜନୈତିକ ନୀତି ରହିଆସିଛି । ଯୁଦ୍ଧ ବିଧ୍ବସ୍ତ ଦେଶରେ ଭାରତ ସଡକ, ସ୍କୁଲ ଓ ପାର୍ଲାମେଂଟ ବିଲଡିଂ ନିର୍ମାଣ କରି ଆଫଗାନ ଲୋକଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ତେବେ, ଆମେରିକା ସହ କଥାବାର୍ତାରେ ତାଲିବାନକୁ ସାମିଲ କରିବାରେ ପାକିସ୍ତାନର ଭୂମିକା ବି ସମାନ ଗୁରୁତ୍ବପୂର୍ଣ୍ଣ ବୋଲି ବିଲାଲ ଭଟ୍ଟଙ୍କ ସହ ଭାରତର ଆଫଗାନ ନୀତି ସମ୍ପର୍କରେ ଆଲୋଚନା ବେଳେ କହିଛନ୍ତି କୋମୋଡର ( ଅବସରପ୍ରାପ୍ତ ) ଉଦୟ ଭାସ୍କର । ଉଦୟ ଭାସ୍କର ସୋସାଇଟି ଫର୍ ପଲିସି ଷ୍ଟଡିଜର ନିର୍ଦ୍ଦେଶକ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.