ହାଇଦ୍ରାବାଦ: ପୁଣିଥରେ ଏୟାର ଇଣ୍ଡିଆ ବିମାନ କର୍ତ୍ତୃପକ୍ଷଙ୍କୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ବିମାନ ଛାଡିବାକୁ ନେଇ ଶମସାବାଦସ୍ଥିତ ରାଜୀବ ଗାନ୍ଧୀ ବିମାନବନ୍ଦରରେ ଯାତ୍ରୀମାନେ ଧାରଣ ଦେଇ ମୁମ୍ବାଇ ବିମାନ ସେବା(ଏୟାର ଇଣ୍ଡିଆ-966)ବାତିଲ କରିବାକୁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ-966 ବିମାନ ସକାଳ 9ଟାରେ ଛାଡିବାର ଥିଲା । କିନ୍ତୁ ଏହା ସନ୍ଧ୍ୟା 08.40ରେ ଛାଡିବାକୁ ରିସିଡ୍ୟୁଲ ହୋଇଛି ହେଲେ ଏନେଇ ଯାତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଫଳରେ ଯାତ୍ରୀ ପୂର୍ବ ନିର୍ଦ୍ଧାରିତ ସମୟରେ ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନ କର୍ତ୍ତୃପକ୍ଷ ବିମାନ ବିଳମ୍ବ ନେଇ ସୂଚନା ଦେଇଥିଲେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।