ETV Bharat / bharat

ଝିଅଙ୍କ ଦୁଷ୍କର୍ମ ପାଇଁ ବାପା-ମା ଦାୟୀ: ବିଜେପି ବିଧାୟକ

ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବାଲିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂ । ଝିଅଙ୍କ ଦୁଷ୍କର୍ମ ପାଇଁ ତାଙ୍କ ମା-ବାପାଙ୍କୁ ଦାୟୀ କରିଛନ୍ତି ବିଧାୟକ ।

ଝିଅଙ୍କ ଦୁଷ୍କର୍ମ ପାଇଁ ଦାୟୀ ମା-ବାପା : ବିଜେପି ବିଧାୟକ

author img

By

Published : Oct 4, 2020, 4:03 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ପୁରା ଦେଶରେ ଆକ୍ରୋଶର ମାହୋଲ ରହିଛି । ଇତିମଧ୍ୟରେ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବାଲିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂ । ଝିଅଙ୍କ ଦୁଷ୍କର୍ମ ପାଇଁ ତାଙ୍କ ମା-ବାପାଙ୍କୁ ଦାୟୀ କରିଛନ୍ତି ବିଧାୟକ । ହାଥରସରେ ହୋଇଥିବା ଗଣଦୁଷ୍କର୍ମ ମାମଲାର ପୁନାରାବୃତ୍ତି ହେବାରୁ ସତେବେଳେ ରୋକାଯାଇପାରିବ, ଯେତେବେଳେ ପିତା-ମାତା ତାଙ୍କ ଝିଅଙ୍କୁ ଭଲ ସଂସ୍କାର ଦେବେ ବୋଲି ବିଧାୟକ କହିଛନ୍ତି ।

ବିଜେପି ବିଧାୟକ ଏନେଇ କହିଛନ୍ତି, ଶାସନ କିମ୍ବା ଅସ୍ତ୍ରଶସ୍ତ୍ର ବ୍ୟବହାର ଏଭଳି ଅପରାଧକୁ ରୋକାଯାଇପାରିବ ନାହିଁ। ଭଲ ସଂସ୍କାର ସାହାଯ୍ୟରେ ଏଭଳି ଘଟଣାକୁ ରୋକାଯାଇପାରିବ । ସମସ୍ତ ପିତାମାତା ନିଜ ଝିଅମାନଙ୍କୁ ଭଲ ସଂସ୍କାର ଦେବା ଉଚିତ୍ । ଏହା ଶାସନ ଏବଂ ଉତ୍ତମ ମୂଲ୍ୟବୋଧର ଏକ ମିଶ୍ରଣ, ଯାହା ଏକ ଦେଶକୁ ସୁନ୍ଦର କରିପାରେ ବୋଲି ସେ କହିଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ସୁରେନ୍ଦ୍ର ସିଂ । ସିଂ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଦେହଜୀବିଙ୍କ ସହ ତୁଳନା କରି ବିବାଦ ଘେରରେ ରହିଥିଲେ । ସେ କହିଥିଲେ, ସରକାରୀ ଅଧିକାରୀଙ୍କ ଅପେକ୍ଷା ଦେହଜୀବୀମାନେ ଭଲ। ସେମାନେ ଟଙ୍କା ନେଇ ରାତିସାରା ନାଚନ୍ତି । କିନ୍ତୁ ଏହି ଅଧିକାରୀମାନେ ଜନସାଧାରଣଙ୍କଠାରୁ ଟଙ୍କା ନେବା ସତ୍ତ୍ୱେ ସେମାନଙ୍କର କାର୍ଯ୍ୟ କରନ୍ତି ନାହିଁ ବୋଲି ସେ କହିଥିଲେ ।

ବିଜେପି ବିଧାୟକ ସିଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ବିଏସପି ସଭାପତି ମାୟାବତୀଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.