ଶ୍ରୀନଗର: ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଗିରଫ କରିଛି ଜମ୍ମୁ-କାଶ୍ମୀର ପୋଲିସ । ଗିରଫ ଆତଙ୍କବାଦୀ ପାକିସ୍ତାନ ମୋହାଲା ମିଆନା ଅର୍ନ୍ତଗତ ମିଆଁୱାଇର ଅଧିବାସୀ ମହମ୍ମଦ ୱାକର୍ ବୋଲି ପଚରାଉଚରାରୁ ଜଣାପଡିଛି । ସେ ବାରମୁଲ୍ଲାରେ ଆକ୍ରମଣ ଯୋଜନା କରୁଥିବା ପୋଲିସକୁ କହିଛି ।
ମହମ୍ମଦ ଲସ୍କର-ଇ- ତୋଏବା (ଏଲଇଟି)ର ଜଣେ ସକ୍ରିୟ ସଦସ୍ୟ । ସେ 2017 ମସିହା ଜୁଲାଇରେ ବେଆଇନ ଭାବେ ସୀମା ପାର କରି ଭାରତରେ ପ୍ରବେଶ କରିଥିବା ପୋଲିସକୁ କହିଛି । କାଶ୍ମୀରରେ ମସଜିଦ ଭିତରକୁ ମୁସଲିମଙ୍କୁ ନମାଜ ପଢିବାକୁ ଛଡା ଯାଉନଥିବା ତଥା ସେମାନଙ୍କ ଘର ଭାଙ୍ଗି ଦିଆଯାଇଥିବା କଥା ତାଙ୍କୁ କୁହାଯାଇଥିଲା । ସେହିପରି ମୁସଲିମ ସମ୍ପ୍ରଦାୟଙ୍କ ପାଇଁ ସେ ଲସ୍କର-ଇ-ତୋଇବାରେ ଯୋଗ ଦେଇଥିବା କଥା ପଚରାଉଚରା ପରେ ପୋଲିସ ଏସପି ଅବଦୁଲ୍ କ୍ବାଓମ୍ ପ୍ରକାଶ କରିଛନ୍ତି ।